‘ମୁସଲିମ’ କାର୍ଡ ଖେଳି ଫସିଲେ ମାୟାବତୀ ! ବିଏସପି ସୁପ୍ରିମୋଙ୍କୁ ରିପୋର୍ଟ ମାଗିଲେ ନିର୍ବାଚନ କମିଶନ

ବିଜେପିକୁ ହରାଇବାକୁ ମୁସଲିମ ସମୁଦାୟକୁ ଏକ ହେବାକୁ ଆହ୍ୱାନ ଦେଇଥିଲେ ବିଏସପି ସୁପ୍ରିମୋ ମାୟାବତୀ

154

କନକ ବ୍ୟୁରୋ: ମୁସଲିମ କାର୍ଡ ଖେଳି ଅଡୁଆରେ ପଡିଛନ୍ତି ବିଏସପି ସୁପ୍ରିମୋ ମାୟାବତୀ । ୟୁପିର ଦେବବନ୍ଦ ଠାରେ ମହାମେଂଟର ରାଲିକୁ ସମ୍ବୋଧିତ କରି ଧାର୍ମିକ ଧ୍ରୁବୀକରଣ କରିବାକୁ ଉଦ୍ୟମ କରିଛନ୍ତି । ଯାହାକୁ ଗମ୍ଭୀରତାର ସହ ନେଇ ନିର୍ବାଚନ କମିସନ ସ୍ଥାନୀୟ ପ୍ରଶାସନକୁ ରିପୋର୍ଟ ମାଗିଛନ୍ତି । ଗତକାଲି ଶାହରନପୁର ନିକଟ ଦେବବନ୍ଦରେ ବହୁଜନ ସମାଜ ପାର୍ଟି, ସମାଜବାଦୀ ପାର୍ଟି ଓ ରାଷ୍ଟ୍ରୀୟ ଲୋକଦଳର ମିଳିତ ପ୍ରଥମ ମେଗା ରାଲିକୁ ସମ୍ବୋଧନ କରିଥିଲେ ମାୟାବତୀ ।

ଆଉ ରାଲିରେ ସିଧାସଳଖ ଧର୍ମ ଆଧାରରେ ଭୋଟ ଦେବାକୁ ଆହ୍ୱାନ ଦେଇଥିଲେ ବିଏସପି ସୁପ୍ରିମୋ । ବିଜେପି ବିରୋଧରେ ମୁସଲିମ ସଂପ୍ରଦାୟ ଏକଜୁଟ ହୋଇ ଭୋଟ ଦେବାକୁ ହେବ । ବିଜେପିକୁ ହଟାଇବାକୁ ହେଲେ ମୁସଲିମ୍ ଭୋଟର ବିଭାଜନ ରୋକିବାକୁ ହେବ ବୋଲି କହିଥିଲେ ମାୟାବତୀ ।

ମାୟାବତୀ ଧର୍ମ ଆଧାରରେ ଭୋଟରଙ୍କୁ ଭାଗ ଭାଗ କରିବାକୁ ପ୍ରୟାସ କରିଥିବାରୁ ମହାମେଂଟର ପ୍ରଥମ ରାଲି ବିବାଦ ଘେରକୁ ଆସିଛି । ଧର୍ମ ଆଧାରରେ ପ୍ରଚାର ନ କରିବାକୁ ନିର୍ବାଚନ କମିସନଙ୍କ କଠୋର କଟକଣା ରହିଥିଲେ ମଧ୍ୟ ମାୟାବତୀ ଏହାକୁ ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି ।