କନକ ବ୍ୟୁରୋ : ମାର୍ଚ୍ଚ ୨୬ରୁ ଆରମ୍ଭ ହେବ ଆଇପିଏଲ ମହାସମର । ତେବେ ଏହାପୂର୍ବରୁ ପଞ୍ଜାବ କିଙ୍ଗସ ନିଜର ନୂଆ ଅଧିନାୟକ ନାଁ ଘୋଷଣା କରିଛି । ମୟଙ୍କ ଅଗ୍ରୱାଲଙ୍କୁ ଦଳର ଦାୟିତ୍ୱ ଦେଇଛି ପଞ୍ଜାବ । ମୟଙ୍କ ଅଗ୍ରୱାଲଙ୍କୁ ମହାନିଲାମୀ ପୂର୍ବରୁ ରିଟେନ କରି ରଖିଥିଲା ପଞ୍ଜାବ । ଯାହା ସଂକେତ ଦେଇଥିଲା ଯେ, ଚଳିତ ସିଜିନରେ ଦଳର ମଙ୍ଗ ସମ୍ଭାଳିପାରନ୍ତି ମୟଙ୍କ । ଆଉ ଏବେ ପଞ୍ଜାବ ମୟଙ୍କଙ୍କୁ ନିଜର ନୂଆ ଅଧିନାୟକ ଘୋଷଣା କରିଛି ।
ଗତ ସିଜିନରେ ପଞ୍ଜାବ କିଙ୍ଗସର ଅଧିନାୟକ ଭାର କେ.ଏଲ ରାହୁଲଙ୍କ ହାତରେ ରହିଥିଲା । କିନ୍ତୁ ମହାନିଲାମୀ ପୂର୍ବରୁ ପଞ୍ଜାବର ଅଧିନାୟକ ପଦ ସହ ଦଳ ଛାଡିଥିଲେ ରାହୁଲ । ଆଉ ଏହାପରେ ରାହୁଲଙ୍କୁ ନୂଆ ଫ୍ରାଞ୍ଚାଇଜ ଲକ୍ଷ୍ନୌ ସୁପର ଜାଏଣ୍ଟସ ନିଜ ଦଳରେ ସାମିଲ କରିବା ସହ ଅଧିନାୟକ ଦାୟିତ୍ୱ ଦେଇଛି ।
🚨 Attention #SherSquad 🚨
Our 🆕© ➜ Mayank Agarwal
Send in your wishes for the new #CaptainPunjab 🎉#SaddaPunjab#PunjabKings#TATAIPL2022@mayankcricketpic.twitter.com/hkxwzRyOVA
— Punjab Kings (@PunjabKingsIPL) February 28, 2022
ଏହାପୂର୍ବରୁ ମୟଙ୍କ ଅଗ୍ରୱାଲ ୨୦୧୮ ମସିହାରୁ ପଞ୍ଜାବ ଦଳରେ ଯୋଗ ଦେଇଥିଲେ । ଏପରିକି ଦଳର ଉପ-ଅଧିନାୟକ ଦାୟିତ୍ୱ ତୁଲାଉଥିବା ମୟଙ୍କ ରାହୁଲଙ୍କ ଅନୁପସ୍ଥିତିରେ ଅନେକ ସମୟରେ ମ୍ୟାଚର ଅଧିନାୟକ ଦାୟିତ୍ୱ ମଧ୍ୟ ତୁଲାଇଛନ୍ତି । ତେବେ ନୂଆ ଦାୟିତ୍ୱ ମିଳିବା ପରେ ମୟଙ୍କ କହିଛନ୍ତି, ମୋତେ ଏଭଳି ଦାୟିତ୍ୱ ମିଳିଥିବାରୁ ବହୁତ ଖୁସି । ଏଥର ପଞ୍ଜାବ ବେଶ ଭଲ ପ୍ରଦର୍ଶନ କରିବ । ଚଳିତଥର ପଞ୍ଜାବ ଟିମ ସହ ଦମଦାର ଖେଳାଳୀ ଯୋଡି ହୋଇଛନ୍ତି । ଶିଖର ଧୱନ, କାଗିସୋ ରବାଡା, ଜନି ବେୟାରଷ୍ଟୋ, ଶାହାରୁଖ ଖାନ୍, ଲିଆମ ଲିଭିଙ୍ଗଷ୍ଟୋନଙ୍କ ଭଳି ଷ୍ଟାର ଖେଳାଳୀ ଦଳରେ ସାମିଲ ହୋଇଛନ୍ତି ।