ଏଣିକି ଆଉ ମିଳିବ ନାହିଁ ପ୍ଲାଟଫର୍ମ ଟିକଟ । ବଢୁଥିବା ଭିଡକୁ ଦୃଷ୍ଟିରେ ରଖି ରେଳ ମନ୍ତ୍ରଣାଳୟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

Advertisment
ଏଣିକି ଆଉ ମିଳିବ ନାହିଁ ପ୍ଲାଟଫର୍ମ ଟିକଟ । ବଢୁଥିବା ଭିଡକୁ ଦୃଷ୍ଟିରେ ରଖି ରେଳ ମନ୍ତ୍ରଣାଳୟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି
କନକ ବ୍ୟୁରୋ : ରେଳ ଷ୍ଟେସନ ମାନଙ୍କରେ କିଛି ଲୋକେ ଯାତ୍ରା କରିବାକୁ ଆସିଥିବା ବେଳେ ଅନ୍ୟଲୋକ ତାଙ୍କୁ ଛାଡ଼ିବାକୁ ଆସି ଥାଆନ୍ତି। ଯେ ପର୍ଯ୍ୟନ୍ତ ଟ୍ରେନ୍ ନଆସିଛି ସେମାନେ ସେ ପର୍ଯ୍ୟନ୍ତ ଷ୍ଟେସନରେ ବସି ରହିଥାନ୍ତି, ହେଲେ ଏବେ ଆଉ ଏଭଳି ଚଳିବ ନାହିଁ । କାରଣ ରେଳ ଷ୍ଟେସନରେ ଜମୁଥିବା ଭିଡକୁ ନେଇ ରେଳ ମନ୍ତ୍ରାଳୟ ଗୁରୁତ୍ୱ ପୂର୍ଣ୍ଣ ନିଷ୍ପତି ନେଇଛି । ରେଳ ମନ୍ତ୍ରଣାଳୟ ପକ୍ଷରୁ ପ୍ଲାର୍ଟଫର୍ମରେ ବୃଦ୍ଧି ପାଉଥିବା ଭିଡକୁ ଦୃଷ୍ଟିରେ ରଖି ଦିଲ୍ଲୀର କିଛି ଷ୍ଟେସନରେ ପ୍ଲାଟଫର୍ମ ଟିକେଟ ବିକ୍ରି ବନ୍ଦ କରିଦେଇଛି । ଏବେ ଆପଣ ଯଦି କାହାକୁ ଛାଡିବାକୁ ରେଳ ଷ୍ଟେସନ ଯାଉଛନ୍ତି, ତେବେ ଆପଣଙ୍କୁ ଷ୍ଟେସନ ବାହାରରୁ ହିଁ ଫେରିବାକୁ ପଡିବ । କାହିଁକି ନା ଏବେ ପ୍ଲାଟଫର୍ମ ଟିକେଟ ମିଳିବ ନାହିଁ ।
publive-imageଭାରତୀୟ ରେଳବାଇ ଭିଡ ଆଶଙ୍କାକୁ ନଜରରେ ରଖି ପ୍ଲାଟଫର୍ମ ଟିକେଟ୍ ବିକ୍ରି ଦିଲ୍ଲୀର କିଛି ଷ୍ଟେସନରେ ବନ୍ଦ କରେଇଛି। ନଭେମ୍ବର ୧୩ ପର୍ଯ୍ୟନ୍ତ କିଛି ଷ୍ଟେସନରେ ଆଉ ପ୍ଲାଟଫର୍ମ ଟିକେଟ ମିଳିବ ନାହିଁ । ଖାଲି ଏତିକି ନୁହେଁ ଏଥି ସହିତ ହିଁ ଏହିସବୁ ଷ୍ଟେସନମାନଙ୍କରେ ପାର୍ସଲ ବୁକିଂକୁ ବି ୧୩ ନଭେମ୍ବର ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି। ମିଳିଥିବା ସୂଚନା ମୁତାବକ, ଯଦିଓ ରେଳ ମନ୍ତ୍ରଣାଳୟ କିଛି ବିଶେଷ ପରିସ୍ଥିତିରେ ପ୍ଲାଟଫର୍ମ ଟିକେଟ ଜାରି କରିବାକୁ ବି ନିଷ୍ପତି ନେଇଛି । ଏହା ଆଧାରରେ ଯଦି ଆପଣ କୌଣସି ବୃଦ୍ଧ ତଥା ବରିଷ୍ଠ କିମ୍ବା ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ଛାଡିବାକୁ ଯାଉଛନ୍ତି ତେବେ ଆପଣଙ୍କୁ ପ୍ଲାଟଫର୍ମ ଟିକେଟ ଦିଆଯିବ ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe