୫ ପ୍ରତିଶତ ତଳକୁ ଖସିଲା ଖୋର୍ଦ୍ଧା ଓ କଟକର ସଂକ୍ରମଣ ହାର । ଅଗଷ୍ଟରେ ଆହୁୁରି କୋହଳ ହେବ କି ତାଲାବନ୍ଦ କଟକଣା ?

179
  • ସରିଆସୁଛି ଆଂଶିକ ଲକଡାଉନ ଅବଧି
  • ଆଉ ବନ୍ଦ ରଖନାହିଁ, ଏବେ କୋହଳ କର କଟକଣା
  • ସାରା ଓଡିଶାରୁ ଆସିଲା ସମାନ ଦାବି
  • ବ୍ୟବସାୟ ନହେଲେ ଖାଇବୁ କଣ, ବଞ୍ଚିିବୁ କେମିତି?

ରାଜ୍ୟରେ ସଂକ୍ରମଣ ହାର କମିଛି । ଅଗଷ୍ଟ ମାସ ପାଇଁ ଆସିବାକୁ ଥିବା ଗାଇଡଲାଇନରେ କଟକଣା ଅଧିକ କୋହଳ କରିବାକୁ ଦାବି ଜୋର ଧରିଛି । କାଟାଗୋରୀ ବିରେ ଥିବା ୧୦ ଜିଲ୍ଲାରେ ସଂକ୍ରମଣ ହାର ୫ପ୍ରତିଶତ ତଳକୁ ଥିବାରୁ କଟକଣା ଅଧିକ କୋହଳ ହେବା ନେଇ ଆଶା କରାଯାଉଛି । ହେଲେ କଟକ ଓ ଖୋର୍ଦ୍ଧା ଜିଲ୍ଲାରେ ବିଶେଷ ସୁଧାର ଆସିନାହିଁ । ତେଣୁ ଏବେ ସଂପୁର୍ଣ୍ଣ ଅନଲକ ହେବ ନାହିଁ ବୋଲି କହିଛନ୍ତି ଡିଏମଇଟି ।

ଅନୁମାନ କରାଯାଉଛି, କାଟାଗୋରୀ ବିରେ ଥିବା ୧୦ ଜିଲ୍ଲାରୁ ପାଖାପାଖି ୮ ଜିଲ୍ଲାରେ କଟକଣା ଆହୁରି କୋହଳ ହେବ । ଏସବୁ ସ୍ଥାନରେ

  • ଦୋକାନ ଖୋଲିବାର ଅବଧି ରାତି ୮ଟା ଯାଏଁ ହୋଇପାରେ
  • ସାପ୍ତାହିକ ସଟଡାଉନ ହଟାଯାଇପାରେ
  • କଟକଣା ଭିତରେ ମଲ୍ ଖୋଲିବାକୁ ଅନୁମତି ମିଳିପାରେ
  • ରେସ୍ତୋରାଁକୁ ୫୦ ପ୍ରତିଶତ କ୍ଷମତାରେ ଚଲାଇବାକୁ ମିଳିପାରେ ସବୁଜ ସଙ୍କେତ

ଏସବୁ ଭିତରେ କିନ୍ତୁ ସମସ୍ତଙ୍କ ନଜର ଅଟକିଛି ଟ୍ୱିନ ସିଟି ଉପରେ । ବଡ ବଡ ବ୍ୟବସାୟ ପ୍ରତିଷ୍ଠାନ ଯାହା ଉପରେ ହଜାର ହଜାର କର୍ମଚାରୀ ନିର୍ଭରଶୀଳ, ସେସବୁକୁ ଯଦି ଖୋଲିବାକୁ ସରକାର ନିଷ୍ପତ୍ତି ନ ନିଅନ୍ତି, ତେବେ ଅର୍ଥନୈତିକ ଦୃଷ୍ଟିକୋଣରୁ ଏହାର ସାଂଘାତିକ ପ୍ରଭାବ ପଡିପାରେ ।

ତେବେ ସରକାରଙ୍କୁ ବିକଳ୍ପ ପରାମର୍ଶ ଦେଇ ବିଶେଷଜ୍ଞ କହିଛନ୍ତି, ମଲ୍ ଖୋଲି କେବଳ ଡବଲ ୍ଡୋଜ ଟିକା ନେଇଥିବା ଲୋକଙ୍କୁ ଛଡାଯାଉ ଏବଂ କରୋନା ଗାଇଡଲାଇନକୁ କଡାକଡି ଭାବେ ପାଳନ କରାଯାଉ । ସୂଚନାଯୋଗ୍ୟ ଯେ, ସଂକ୍ରମଣ ହାର କମିଥିବାରୁ ରାଜ୍ୟ ଏବେ ଅନଲକ ଆଡକୁ ମୁହାଁଉଛି । ଲୋକଙ୍କ ସୁରକ୍ଷା ସହ ଜୀବନ ଜୀବିକାକୁ ଆଖିରେ ରଖି ସରକାର କଣ ନିଷ୍ପତ୍ତି ନେଉଛନ୍ତି, ତା ଉପରେ୍ ସମସ୍ତଙ୍କ ନଜର ରହିଛି ।