କନକ ବ୍ୟୁରୋ : ସମୁଦ୍ର ପତ୍ତନରେ ଥିବା ମନସୁନ ଟ୍ରପ୍ର କେନ୍ଦ୍ର ବର୍ତ୍ତମାନ ଫିରୋଜପୁର, ପଟିଆଲା, ଖେରି, ଗୋରଖପୁର, ମୁଜାଫରପୁର ଦେଇ ପୂର୍ବ ଦିଗକୁ ନାଗାଲାଣ୍ଡ ଆଡକୁ ଗତି କରୁଛି। ପୂର୍ବ ବିହାର ଏବଂ ପଶ୍ଚିମ-କେନ୍ଦ୍ର ବଙ୍ଗୋପସାଗରରେ ଥିବା ଉତ୍ତର-ଦକ୍ଷିଣ ଟ୍ରପ୍ ବର୍ତ୍ତମାନ ଝାଡ଼ଖଣ୍ଡ ଏବଂ ଉତ୍ତର-ପୂର୍ବ ଓଡ଼ିଶା ଦେଇ ଅତିକ୍ରମ କରୁଥିବାରୁ ଉତ୍ତର ଓଡ଼ିଶାର କେତେକ ସ୍ଥାନରେ ଆସନ୍ତାକାଲି ଘଡ଼ଘଡ଼ି ସହ ଅତି ପ୍ରବଳ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମୟୂରଭଞ୍ଜ, କେନ୍ଦୁଝର. ଅନୁଗୁଳ, ଦେବଗଡ଼ ଓ ଢେଙ୍କାନାଳ ଜିଲ୍ଲାରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବ। ତେବେ ଆଜି ରାଜ୍ୟର କେତେକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇଛି। ନବରଙ୍ଗପୁର, ମୟୂରଭଞ୍ଜ, ଅନୁଗୁଳ, କେନ୍ଦୁଝର, ଢେଙ୍କାନାଳ, ବାଲେଶ୍ୱର, ଗଞ୍ଜାମ, ଭୁବନେଶ୍ୱର, ସୁନ୍ଦରଗଡ଼, କଟକ ଭଳି ଜିଲ୍ଲାର କେତେକ ଅଞ୍ଚଳରେ ଆଜି ବର୍ଷା ହୋଇଥିବା ଭୁବନେଶ୍ୱର ପାଣିପାଗ କେନ୍ଦ୍ର ସୂତ୍ରରୁ ପ୍ରକାଶ।
ଆଜି ଉତ୍ତର-କେନ୍ଦ୍ରୀୟ ଓଡିଶାରେ ଘଡଘଡି ସହ ପ୍ରବଳ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କଲା ଆଞ୍ଚଳିକ ପାଣିପାଗ ବିଭାଗ
Advertisment
Follow Us