କନକ ବ୍ୟୁରୋ : ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ ନିର୍ଦ୍ଦେକଙ୍କୁ କେହି ଗ୍ରହଣ କରୁନାହାନ୍ତି। ବିଦ୍ୟୁତ ବଣ୍ଟନ କ˚ପାନିମାନେ ସେମାନଙ୍କର ବକେୟା ପ୍ରଦାନ କରୁନାହାନ୍ତି। ପରିଣାମ ହେଲା, ଗ୍ରୀଡକୋ ବର୍ଷକୁ ବର୍ଷ ଭୟଙ୍କର ଆର୍ଥିକ ଦୁଃସ୍ଥିତି ଭିତରକୁ ଠେଲି ହୋଇଯାଉଛି। ବିଦ୍ୟୁତ କିଣା, ଋଣ ପରିଶୋଧ, ସୁଧ ପୈଠ, ଦରମା ଆଦି ଖର୍ଚ୍ଚ ଆୟକୁ ବଳେଇ ପଡିଲାଣି। ବିଦ୍ୟୁତ ଶୁଳ୍କ ବୃଦ୍ଧି କରାନଗଲେ, ଗ୍ରିଡକୋର ଆର୍ଥିକ ଶୃଙ୍ଖଳା ଅଣାଯାଇପାରିବ।
ଏଭଳି ଯୁକ୍ତି ଦର୍ଶାଇ ଗ୍ରୀଡକୋ ୨୦୧୯-୨୦୨୦ ଅର୍ଥାତ୍ ଆସନ୍ତା ଆର୍ଥିକ ବର୍ଷରେ ବିଦ୍ୟୁତ ଦର ବୃଦ୍ଧି କରିବା ଲାଗି ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ ନିକଟରେ ଦରଖାସ୍ତ କରିଛି। ଦୁଇଟି ଭିନ୍ନ ଭିନ୍ନ ସୂତ୍ର ରଖିଥିଲେ ହେଁ, ଉଭୟ ସୂତ୍ର ସୂଚାଇ ଦେଉଛି ଯେ ଆୟୋଗ ଯଦି ଗ୍ରିଡକୋ ଦରଖାସ୍ତକୁ ଗ୍ରହଣ କରନ୍ତି, ତେବେ ବିଦ୍ୟୁତ ଦର ବଢିବା ନିଶ୍ଚିତ। ଗୋଟିଏ ସୂତ୍ରରେ ସଂସ୍ଥା ବଲକ ସପ୍ଲାଇ ପ୍ରାଇବ୍ ୟୁନିଟ୍ ପିଛା ୩ ଟଙ୍କା ୨୬ ପଇସା ଦର୍ଶାଇଛି ଓ ଅନ୍ୟଟିରେ ୟୁନିଟ୍ ପିଛା ଦର ୨ଟଙ୍କା ୯୦ ପଇସା କରିବା ଲାଗି ପ୍ରସ୍ତାବ ଦିଆଯାଇଛି। ଚଳିତବର୍ଷ ଯେତିକି ଦରରେ ଗ୍ରୀଡକୋ ବିଦ୍ୟୁତ ଦେଉଛି, ତା ଠାରୁ ହାରାହାରି ୫୦ ପଇସା ଅଧିକ।
ଆସନ୍ତା ଆର୍ଥିକ ବର୍ଷ ପାଇଁ ୯ ହଜାର ୧୩୪ କୋଟି ୨୧ ଲକ୍ଷ ଟଙ୍କା ଦରକାର ବୋଲି ହିସାବ ରଖି ଗ୍ରୀଡକୋ କହିଛି ଯେ ଚଳିତବର୍ଷ ଯେଉଁ ବିଦ୍ୟୁତ ହାର ରହିଛି, ତାହାକୁ ବିଚାରକୁ ନେଇ ଦେଖିଲେ, ଚଳିତବର୍ଷ ବିଦ୍ୟୁତ କିଣା ବାବଦରେ କେବଳ ଟଙ୍କା ନିଅଣ୍ଟ ପଡ଼ିବ। ଏତେ ଟଙ୍କା ଭରଣା କରିବା ଲାଗି ଆଉ କୌଣସି ଠୋସ୍ ବାଟ ନାହିଁ। ଏଣୁ ଏପ୍ରିଲ ପହିଲାରୁ ବିଦ୍ୟୁତ ଦର ବୃଦ୍ଧି କରାନଗଲେ ସ୍ଥିତି ଅସମ୍ଭାଳ ହୋଇପଡିବ।
ବିଦ୍ୟୁତ ଦର ବୃଦ୍ଧି ନେଇ ଆୟୋଗ ଉପରେ ଚାପ ରଖିଛନ୍ତି।
ଆୟୋଗଙ୍କ ନିକଟରେ ଗ୍ରୀଡକୋ ସମେତ ବିଭିନ୍ନ ସ˚ସ୍ଥା କରିଥିବା ଆବେଦନ ସୂଚାଇ ଦେଲାଣି ଯେ ଆସନ୍ତା ବର୍ଷ ବିଜୁଳି ଅତି ମହଙ୍ଗା ହେବାର ସମ୍ଭାବନା ଅଧିକ। ସ୍ଥିତି ଏତେ ସା˚ଘାତିକ ହେଲାଣି ଯେ ବିଦ୍ୟୁତ ଦର ଧୀରେ ଧୀରେ ମହଙ୍ଗା ହେବା ବାଟ ଖୋଲୁଛି। ଉପଭୋକ୍ତାମାନଙ୍କୁ ୨୪ ଘଣ୍ଟିଆ ବିଦ୍ୟୁତ ସେବା ଯୋଗାଇ ଦେଇ ପାରୁନଥିବା କ˚ପାନି ବିଦ୍ୟୁତ ଦର ବୃଦ୍ଧି ନେଇ ଯେଉଁ ଦାବି ରଖୁଛନ୍ତି, ତାହା କେତେ ଦୂର ଗ୍ରହଣୀୟ ନେଇ ବିତର୍କ ହେବା ଉଚିତ।ଉଲ୍ଲେଖଯୋଗ୍ୟ, ୨୦୧୯-୨୦ ଆର୍ଥିକ ବର୍ଷରେ ବିଦ୍ୟୁତ ଦର ନିର୍ଧାରଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ବିଭିନ୍ନ କ˚ପାନି ଆୟୋଗଙ୍କ ନିକଟରେ ସେମାନଙ୍କ ଦରଖାସ୍ତ ଦାଖଲ କରିଛନ୍ତି। ଖୁବ୍ ଶୀଘ୍ର ଏହା ଉପରେ ଶୁଣାଣି ଆରମ୍ଭ ହେବ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/12/electricity.jpg)