ମଇ ୨୯, ଜୀ-ସାର୍ଥକ ସଂସାରର ସବୁ ଧାରାବାହିକରେ ସବୁଠାରୁ ବଡ଼ଦିନ ।  ଗୋଟିଏ ପରେ ଗୋଟିଏ ଧାରାବାହିକର ସସପେନ୍ସ ଉପରୁ ହଟିବ ପରଦା । 

Advertisment
ମଇ ୨୯, ଜୀ-ସାର୍ଥକ ସଂସାରର ସବୁ ଧାରାବାହିକରେ ସବୁଠାରୁ ବଡ଼ଦିନ ।  ଗୋଟିଏ ପରେ ଗୋଟିଏ ଧାରାବାହିକର ସସପେନ୍ସ ଉପରୁ ହଟିବ ପରଦା । 

କନକ ବ୍ୟୁରୋ : ଓଡିଶାର ନମ୍ବର-୧ ମନୋରଞ୍ଜନ ଚ୍ୟାନେଲ ଜୀ-ସାର୍ଥକ ସର୍ବଦା ଦର୍ଶକଙ୍କୁ ନୂଆ ନୂଆ କାହାଣୀ ଓ ପାରିବାରିକ ଘଟଣାକୁ ନେଇ ଦର୍ଶକମାନଙ୍କ ମନୋରଞ୍ଜନ କରିଆସିଛି । ସେଥିପାଇଁ ମଇ ୨୯,  ଜୀ-ସାର୍ଥକ କରୁଛି, ଜୀ-ସାର୍ଥକ ସଂସାରର ସବୁଠାରୁ ବଡ଼ଦିନ । ଜୀ-ସାର୍ଥକ ସହିତ ଜଡ଼ିତ ରୁହନ୍ତୁ କାରଣ ଚ୍ୟାନେଲର ସମସ୍ତ ମେଗା ଧାରାବାହିକରେ ରହିବ ବଡ଼ ଧରଣର ମନୋରଞ୍ଜନ ।

ସନ୍ଧ୍ୟା ୬:୩୦ରେ 'ମୁଁ ବି ବିଜୟୀନି’ ଯେଉଁଥିରେ ଦେଖିବେ, କାହ୍ନା ଓ ରାଧିକାର ବାହାଘରରେ ରାଧିକା ନିଖୋଜ ଅଛି ତେବେ ଦେବିକା ଓ ସ୍ତୁତି କେମିତି ଖୋଜିବେ ରାଧିକାକୁ, କ’ଣ କରିବେ ? ସେହିପରି ୭ଟାରେ ‘ଝିଲ୍ଲୀରେ ଦେଖିବେ, ଝିଲ୍ଲୀ ଓ ଟିନା ମଧ୍ୟରେ ହେବ ଏକ ହେଲ୍ଦି କିଚେନ୍ସ ପ୍ରତିଯୋଗିତା, ତେବେ ଏଇ ପ୍ରତିଯୋଗିତାରେ କାହାର ହେବ ଜିତ୍ ??? କଣ କରିବ ଝିଲ୍ଲୀ ? ୭:୩୦ରେ ଦେଖିବେ ‘ସୁନାଝିଅ’, ଆରମ୍ଭ ହୋଇଛି ଶାଶୁ ବୋହୂଙ୍କ ଲଢେଇ ଓ ପ୍ରଥମ ଥର ପାଇଁ ।  ପ୍ରିୟା ଭବାନୀକୁ ଜେଲ୍ ପଠାଇବାକୁ ସଫଳ ହୋଇଛି ହେଲେ କେମିତି ? ୮ଟାରେ ଦେଖିବେ ‘ସାଥିରେ’, ଧାରା ସାମନାକୁ ଆସିଛି ପ୍ରକୃତ ଖଳନାୟକ ଇନ୍ଦ୍ରାଣୀର ଅସଲ ଚେହେରା । ଧାରା ଅମ୍ବରକୁ ଇନ୍ଦ୍ରାଣୀ ବିଷୟରେ ଯେତେ କହିଲେବି ଅମ୍ବର ଏହାକୁ ମାନୁନାହିଁ ଓ ଧାରାକୁ ବିଶ୍ବାସ କରୁନାହିଁ । ଏବେ କେମିତି ଶାସ୍ତି ଦେବା ଧାରା ଇନ୍ଦ୍ରାଣୀକୁ? ୮:୩୦ରେ ‘ତୁ ଖରା ମୁଁ ଛାଇ’ରେ ଦେଖିବେ ହଠାତ୍ ମାନିନୀ ସନ୍ଦେହ କରୁଛି, ଏଜେ ନିଜ ପ୍ରଥମ ସ୍ତ୍ରୀର ହତ୍ୟା କରିଛନ୍ତି ବୋଲି ହେଲେ କାହିଁକି ଏମିତି କଣ କରିଛି ଏଜେ  ? ମାନିନୀ କଣ ସତର ମୂଳ ପର୍ଯ୍ୟନ୍ତ ପହଞ୍ଚି ପାରିବ ? ୯ଟାରେ ଦେଖିବେ ‘ଖୁସିର ଛୁଙ୍କ’ରେ ଖାଇବା ଓ ଖୁଆଇବା ପାଇଁ ପସନ୍ଦ କରୁଥିବା ଏକ ଚୁଲବୁଲି ଝିଅ ଖୁସିର ଦୁଃଖ କରନକୁ ଖୋଜିବାକୁ ପୁରୀରୁ ରଜତ ସହିତ ଭୁବନେଶ୍ବର ଆସିଛି ଖୁସି କିନ୍ତୁ ଭୁବନେଶ୍ବରରେ ରଜତ ତାକୁ ଅନ୍ୟ ପାଖରେ ବିକିବାକୁ ଚେଷ୍ଟା କରିଛି ହେଲେ ଖୁସି ସେଠାରୁ ନିଜକୁ ବଞ୍ଚାଇ ଫେରୁଛି ଘରକୁ ଏପଟେ ପୁରା ପରିବାର ତା ଉପରେ ଥୁ ଥୁ କରିବାକୁ ଲାଗିଲେ ।  ତେବେ ସେ ଏବେ କ’ଣ କରିବ ? ଏମିତି ବହୁ ବଡ଼ ବଡ଼ ସସପେନ୍ସ ଓ ପରିବର୍ତ୍ତନ ଦେଖିବେ ଜୀ-ସାର୍ଥକ ସମସ୍ତ ମେଗା ଧାରାବାହିକରେ ।

ଆଜି ଠାରୁ ଆପଣଙ୍କ ସବୁ କାମ ସାରି ପ୍ରସ୍ତୁତ ରୁହନ୍ତୁ ମଇ୨୯, ରେ ଜୀ-ସାର୍ଥକ ର ସବୁଠାରୁ ବଡ଼ ଦିନ ପାଇଁ ।  ଜୀ-ସାର୍ଥକ ସର୍ବଦା ଦର୍ଶକଙ୍କୁ କିଛି ନୂଆ ଦେଖାଇବାକୁ ଚେଷ୍ଟା କରିଥାଏ ।  ଏଥର ଜୀ-ସାର୍ଥକ ଏହି ବଡ଼ ଦିନରେ ସମସ୍ତ ମେଗା ଧାରାବାହିକରେ ସସପେନ୍ସ କାହାଣୀ ସବୁ ଦର୍ଶକଙ୍କ ମନକୁ ଛୁଇଁବ ବୋଲି ଆଶା ପ୍ରକାଶ କରିଛନ୍ତି ଜୀ-ସାର୍ଥକ ଚ୍ୟାନେଲ ଚିଫ୍ ଅଫିସର ପ୍ରତୀକ ସିଲ୍ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe