ମେ’୨୩ କଂଗ୍ରେସ ଓ କିଛି ବିରୋଧୀ ଦଳ ପାଇଁ ହେବ କଳାଦିବସ ! ପରାଜୟ ପାଇଁ ବିରୋଧୀ କେଉଁଠାରେ ଶୋକ କରିବେ ତାହା ନିର୍ଣ୍ଣୟ କରନ୍ତୁ : ଜିଭିଏଲ ନରସିହ୍ମା ରାଓ

ସାରା ଦେଶରେ ବର୍ତମାନ ସମୟରେ ନିର୍ବାଚନ ମାହୋଲ

160

କନକ ବ୍ୟୁରୋ : ସାରା ଦେଶରେ ବର୍ତମାନ ସମୟରେ ନିର୍ବାଚନ ମାହୋଲ । ନିଜ ଦଳୀୟ ପ୍ରାର୍ଥୀଙ୍କୁ ବିଜୟୀ କରିବା ପାଇଁ ନେତାମାନେ ମଧ୍ୟ ବ୍ୟସ୍ତ । କେବଳ ଏତିକି ନୁହେଁ ବରଂ ଆଗାମୀ ୨୩ରେ ଫଳ କାହା ସପକ୍ଷରେ ଯିବ ତାହାକୁ ନେଇ ମଧ୍ୟ ଚାଲିଛି ଅଙ୍କକଷା । କିଏ ବିଜୟୀ ହେବ ? କାହାକୁ ବହୁମତ ମିଳିବ ତାହାକୁ ନେଇ ମଧ୍ୟ ଅନେକ ମନ୍ତବ୍ୟ ଦେଉଛନ୍ତି ନେତା । ତେବେ ମିଳିଥିବା ସୂଚନା ଅନୁସାରେ, ବିଜେପି ନେତା ଜିଭିଏଲ ନରସିହ୍ମା ରାଓ କହିଛନ୍ତି ଯେ, ମେ’ ୨୩ରେ ସାରା ଦେଶରେ ନିର୍ବାଚନ ଫଳ ଆସିବ ।

କିନ୍ତୁ ଏହି ଦିନ କଂଗ୍ରେସ ଓ କେତେକ ବିରୋଧୀ ଦଳ ପାଇଁ କଳାଦିବସ ହୋଇ ରହିବ । କାହିଁକି ନା ନିର୍ବାଚନରେ ତାଙ୍କ ସ୍ଥିତି ଗମ୍ଭୀର ହୋଇପଡିବ । ତେଣୁ ସେମାନେ ନିଜେ ଚିନ୍ତା କରିବା ଦରକାର କେଉଁଠାରେ ଏହି ପରାଜୟ ପାଇଁ ଶୋକ ବନାଇବେ । ଏହାସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, ସମସ୍ତ ବିରୋଧୀ ଏକତ୍ରୀତ ହୋଇ ଶୋକ ବନାଇବେ ନାହିଁ । କାରଣ ଏହା କରିବା ଦ୍ୱାରା ଦୁଃଖ ଅଧିକ ହେବ ।

ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଦେଶର ଅନେକ ବିରୋଧୀ ଦଳ ଗୁଡିକୁ ଏକତ୍ରୀତ କରିବା ପାଇଁ ଚେଷ୍ଟା କରୁଛନ୍ତି । ହେଲେ କୌଣସି ସ୍ଥାନରେ ବି ରାହୁଲ ନଜର ଆସୁନାହାନ୍ତି ବୋଲି ନରସିହ୍ମା କହିଛନ୍ତି । ତେବେ ଏହା ସହ ଆହୁରି ମଧ୍ୟ କହିଛନ୍ତି ଯେ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନିର୍ବାଚନ ବେଳେ ଅନେକ ପରିଶ୍ରମ କରିଥିଲେ । ହେଲେ ତାହା କିଛି କାମ ଦେଲା ନାହିଁ । ନିର୍ବାଚନ ପରେ ରାହୁଲ ବିଦେଶ ପଳାଇଯିବେ ବୋଲି କହିଛନ୍ତି  ବିଜେପି ନେତା ଜିଭିଏଲ ନରସିହ୍ମା ରାଓ।