ଆରସିବିକୁ ଆସିଲେ ଗ୍ଲେନ୍ ମ୍ୟାକ୍ସୱେଲ । ୧୪.୨୫କୋଟିରେ କିଣିଲା ବାଙ୍ଗାଲୋର ।

587

କନକ ବ୍ୟୁରୋ : ଏଥର ଆରସିବି ଟିମରେ ଜଲୱା ଦେଖାଇବେ ଅଷ୍ଟ୍ରେଲିଆର ଧୂଆଁଧାର ବ୍ୟାଟ୍ସମ୍ୟାନ୍ ଗ୍ଲେନ୍ ମ୍ୟାକ୍ସୱେଲ୍ । ମ୍ୟାକ୍ସୱେଲଙ୍କୁ କିଣିଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ୧୪.୨୫ କୋଟି ଟଙ୍କାରେ ବିକ୍ରି ହେଲେ ମ୍ୟାକ୍ସୱେଲ୍ । ତେବେ ତାଙ୍କର ବେସ୍ ପ୍ରାଇସ୍ ୨ କୋଟି ଟଙ୍କା ରହିଥିଲା । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଚଳିତ ଆଇପିଏଲ ଅକ୍ସନର ବର୍ତ୍ତମାନ ପର୍ଯ୍ୟନ୍ତ ସବୁଠାରୁ ଦାମୀ ଖେଳାଳୀ ଭାବେ ମ୍ୟାକ୍ସୱେଲଙ୍କର ନିଲାମୀ ହୋଇଛି ।

ତେବେ ପୂର୍ବରୁ କିଙ୍ଗସ ଇଲେଭେନ୍ ପଞ୍ଜାବ ଟିମରେ ଖେଳୁଥିଲେ ମ୍ୟାକ୍ସୱେଲ । ମିଡିଲ୍ ଅର୍ଡରରେ ବ୍ୟାଟିଂ କରିବାକୁ ଆସୁଥିବା ମ୍ୟାକ୍ସୱେଲ ମୈଦାନରେ ଛକା ଚୌକାର ବର୍ଷା କରିଥାନ୍ତି । ବୋଲିଂରେ ମଧ୍ୟ ଚମତ୍କାର ପ୍ରଦର୍ଶନ କରନ୍ତି ମ୍ୟାକ୍ସୱେଲ ।