କନକ ବ୍ୟୁରୋ : ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚ୍ ପୂର୍ବରୁ ବାଙ୍ଗାଲୋର ପାଇଁ ଆସିଲା ଖୁସି ଖବର । ଅଷ୍ଟ୍ରେଲିଆ ଅଲରାଉଣ୍ଡର ଗ୍ଲେନ ମ୍ୟାକ୍ସୱେଲ ନିଜର ସଙ୍ଗରୋଧ ଶେଷ କରିବା ପରେ ଏବେ ଦଳୀୟ କ୍ୟାମ୍ପରେ ଏଣ୍ଟ୍ରି ମାରିଛନ୍ତି । ଏହାସହ ସାଥୀ ଖେଳାଳୀଙ୍କ ସହ ଟ୍ରେନିଂ ଆରମ୍ଭ କରିଛନ୍ତି ମ୍ୟାକ୍ସୱେଲ । ନିଜର ବିବାହ ପରେ ମ୍ୟାକ୍ସୱେଲ ଆଇପିଏଲ ଖେଳିବାକୁ ଭାରତରେ ପହଞ୍ଚିଛନ୍ତି । ପୂର୍ବରୁ ବିବାହ ପାଇଁ ୨ଟି ମ୍ୟାଚ ଖେଳିପାରିନଥିଲେ ମ୍ୟାକ୍ସୱେଲ ।
ରାଜସ୍ଥାନ ବିପକ୍ଷରେ ମ୍ୟାକ୍ସୱେଲଙ୍କୁ ମୈଦାନକୁ ଓହ୍ଲାଇପାରେ ଆରସିବି । ତେବେ ମ୍ୟାଚ୍ ପୂର୍ବରୁ ପ୍ରତିଦ୍ୱନ୍ଦ୍ୱୀ ଦଳର ଖେଳାଳୀ ତଥା ପୂର୍ବ ସାଥୀ ଖେଳାଳୀ ୟୁଜବେନ୍ଦ୍ର ଚହଲଙ୍କ ସହ ମ୍ୟାକ୍ସୱେଲଙ୍କୁ କୁଲ ଅନ୍ଦାଜରେ ଦେଖିବାକୁ ମିଳିଥିଲା । ଚଳିତଥର ଚହଲ ରାଜସ୍ଥାନ ପକ୍ଷରୁ ଖେଳୁଛନ୍ତି । ଚହଲଙ୍କ ସହ ମସ୍ତି କରୁଥିବାର ଫଟୋ ଓ ଭିଡ଼ିଓ ଆରସିବି ନିଜର ସୋସିଆଲ ମିଡ଼ିଆ ପେଜରେ ସେୟାର କରିଛି ।
Some relationships will always remain special! ❤️@Gmaxi_32@yuzi_chahal#PlayBold#WeAreChallengers#IPL2022#Mission2022#RCB#ನಮ್ಮRCBpic.twitter.com/UGtEvrES0v
— Royal Challengers Bangalore (@RCBTweets) April 4, 2022
ଗତ ଆଇପିଏଲରେ ବାଙ୍ଗାଲୋର ପାଇଁ ଦମଦାର ପ୍ରଦର୍ଶନ କରିଥିଲେ ମ୍ୟାକ୍ସୱେଲ । ଆଉ ମ୍ୟାକ୍ସୱେଲଙ୍କ ପ୍ରଦର୍ଶନ ବଳରେ ହିଁ ବାଙ୍ଗାଲୋର ପ୍ଲେ-ଅଫ୍ ପାଇଁ ଯୋଗ୍ୟତା ଅର୍ଜନ କରିଥିଲା । ମ୍ୟାକ୍ସୱେଲ ଉଭୟ ବ୍ୟାଟିଂ ଓ ବୋଲିଂରେ ଦମଦାର ପ୍ରଦର୍ଶନ କରିଥିଲେ । ଯେଉଁଥିପାଇଁ ମହାନିଲାମୀ ପୂର୍ବରୁ ମ୍ୟାକ୍ସୱେଲଙ୍କୁ ରିଟେନ ରଖିଥିଲା ବାଙ୍ଗାଲୋର । କିନ୍ତୁ ଅନ୍ୟପଟେ ଦୀର୍ଘ ବର୍ଷ ହେବ ଦଳ ସହ ଯୋଡି ହୋଇ ରହିଥିବା ଚହଲଙ୍କ ହାତ ଛାଡିଥିଲା ବାଙ୍ଗାଲୋର । ତେବେ ରାଜସ୍ଥାନ ପକ୍ଷରୁ ଚହଲ ଦମଦାର ପ୍ରଦର୍ଶନ ସହ ନିଜର ଅଭିଯାନ ଆରମ୍ଭ କରିଛନ୍ତି ।
Our Tom and Jerry forever! 😍🤩@Gmaxi_32@yuzi_chahal#PlayBold#WeAreChallengers#IPL2022#Mission2022#RCB#ನಮ್ಮRCBpic.twitter.com/sHDkjMWj4g
— Royal Challengers Bangalore (@RCBTweets) April 4, 2022
ଚଳିତ ଆଇପିଏଲରେ ବାଙ୍ଗାଲୋର ଏଯାବତ ଦୁଇଟି ମ୍ୟାଚ୍ ଖେଳିଥିବା ବେଳେ ଗୋଟିଏ ବିଜୟ ଓ ଗୋଟିଏ ପରାଜୟ ବରଣ କରିଛି । ଆରସିବି ପ୍ରଥମ ମ୍ୟାଚରେ ପଞ୍ଜାବ ଠାରୁ ପରାଜିତ ହୋଇଥିବା ବେଳେ ଦ୍ୱିତୀୟ ମ୍ୟାଚରେ କୋଲକାତା ବିପକ୍ଷରେ ବିଜୟ ହାସଲ କରିଥିଲା ।