କନକ ବ୍ୟୁରୋ : ଦେଶରେ ବଢୁଥିବା କରୋନା ଭୂତାଣୁ ସଂକ୍ରମଣକୁ ନଜରରେ ରଖି ଟେଷ୍ଟିଂ ମଧ୍ୟ ବଢାଇ ଦିଆଯାଇଛି । ଦେଶରେ ଗତ ୨୪ଘଂଟାରେ ରେକର୍ଡ ସ୍ତରୀୟ ୪ଲକ୍ଷ ୪୨ହଜାର ୩୧ଟି ଟେଷ୍ଟିଂ ହୋଇଛି । ସରକାରୀ ଲ୍ୟାବରେ ୨୪ଘଂଟାରେ ସର୍ବାଧିକ ୩ଲକ୍ଷ ୬୨ହଜାର ୧୫୩ଟି ଏବଂ ଘରୋଇ ଲ୍ୟାବରେ ୭୯ହଜାର ୮୭୮ଟି ଟେଷ୍ଟ କରାଯାଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ୨୫ଜୁଲାଇ ସୁଦ୍ଧା ସାରା ଦେଶରେ ୧କୋଟି ୬୨ଲକ୍ଷ ୯୧ହଜାର ୩୩୧ଟି ଟେଷ୍ଟ କରାଯାଇଛି ।