ରାସ୍ତା ପାଖରେ ଥିବା ଗଛକୁ ପିଟିଲା ମେକ୍ସିକୋ ଗାଡି: ୧୨ ଆହତ, ଘଟଣାର ତଦନ୍ତ କରୁଛି ଦାରିଙ୍ଗବାଡି ପୋଲିସ

Advertisment
ରାସ୍ତା ପାଖରେ ଥିବା ଗଛକୁ ପିଟିଲା ମେକ୍ସିକୋ ଗାଡି: ୧୨ ଆହତ, ଘଟଣାର ତଦନ୍ତ କରୁଛି ଦାରିଙ୍ଗବାଡି ପୋଲିସ

କନକ ବ୍ୟୁରୋ : ରବିବାର ରାତିରେ ଏକ ମହିନ୍ଦ୍ରା ମେକ୍ସିକୋ ଗାଡ଼ି ରାସ୍ତାକଡ଼ରେ ଥିବା ଗୋଟାଏ ଗଛରେ ଧକ୍କା ଖାଇ ଗଡ଼ିଯିବାରୁ ୧୨ ଜଣ ଯାତ୍ରୀ ଆହତ ହୋଇଛନ୍ତି। କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ି ଅଞ୍ଚଳରୁ ଆସୁଥିବା ଏଇ ଗାଡ଼ିରେ ୧୫ ଜଣ ଯାତ୍ରୀ ଥିଲେ ଓ ଗାଡ଼ିଟି ମୁନିଗୁଡ଼ା ଅଭିମୁଖେ ଆସୁଥିଲା। ରାତି ପ୍ରାୟ ୧: ୨୦ ସମୟରେ ମୁନିଗୁଡ଼ା ଠାରୁ ୧୦ କିଲୋମିଟର ଦୂର ଧୋବାଗୁଡ଼ି ଠାରେ କୌଣସି କାରଣରୁ ଗାଡ଼ିଟି ଚାଳକଙ୍କ ନିୟନ୍ତ୍ରଣରୁ ବାହାରି ରାସ୍ତାପାର୍ଶ୍ୱରେ ଥିବା ଏକ ଗଛରେ ଧକ୍କା ଖାଇ ନୟନଯୋଡ଼ିକୁ ଗଡ଼ି ଯାଇଥିଲା। ଖବର ପାଇ ରାତି ପ୍ରାୟ ୨ଟା ବେଳେ ମୁନିଗୁଡ଼ା ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଆହତ ଯାତ୍ରୀମାନଙ୍କୁ ଉଦ୍ଧାର କରି ମୁନିଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲା।

publive-imageଆହତ ଯାତ୍ରୀଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ସାଙ୍ଘାତିକ ହୋଇ ଥିବାରୁ ଅଧିକ ଚିକିତ୍ସା ନିମନ୍ତେ ସେମାନଙ୍କୁ ରାୟଗଡ଼ାସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମୁନିଗୁଡ଼ା ପୁଲିସ ତଦନ୍ତ କରିବାକୁ ଘଟନାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି । ତେବେ ମିଳିଥିବା ସୂଚନା ଅନୁସାରେ, ଗାଡିରେ ଆବଶ୍ୟକୟୀଠାରୁ ଅଧିକ ଯାତ୍ରୀ ଥିଲେ ତେଣୁ ଏପରି ଦୁର୍ଘଟଣା ହୋଇଥିବା ସ୍ଥାନୀୟ ପୋଲିସ କହିବା ସହ ସମସ୍ତ ଆହତଙ୍କୁ ମେଡିକାଲରେ କିପରି ଭାବରେ ଉତ୍ତମ ଚିକିତ୍ସା ମିଳିବ ସେନେଇ ବ୍ୟବସ୍ଥା କରାଯାଇଥିବା ପୋଲିସ କହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe