ତାଲିବାନୀଙ୍କ ଭୟରେ କେମିତି କାବୁଲ ଛାଡ଼ିବାକୁ ବ୍ୟଗ୍ର ଆଫଗାନିସ୍ତାନବାସୀ : କାବୁଲ ବିମାନବନ୍ଦରରେ ଲୋକଙ୍କ ଗହଳିର ଆସିଲା ସାଟେଲାଇଟ ଚିତ୍ର

357

କନକ ବ୍ୟୁରୋ : ଅଗଷ୍ଟ ୧୫ ତାରିଖରେ ତାଲିବାନାୀ କାବୁଲ ଦଖଲ ପରେ ଆଫଗାନବାସୀ କିଭଳି ଦେଶ ଛାଡିବାକୁ ତତ୍ପର ହେଉଛନ୍ତି, ତାର ଚିତ୍ରସବୁ ସାମ୍ନାକୁ ଆସିବାରେ ଲାଗିଛି । ଏବେ ଗତ ୧୭ ତାରିଖରେ କିଭଳି ଥିଲା କାବୁଲ ବିମାନବନ୍ଦରର ଦୃଶ୍ୟ, ଏହାର ସାଂଘାତିକ ସାଟେଲାଇଟ ଚିତ୍ର ସାମ୍ନାକୁ ଆସିଛି । ଏହି ଚିତ୍ରରୁ ଜଣାପଡୁଛି ଟର୍ମିନାଲରେ ଯେତିକି ଲୋକ ଭିଡ ଜମାଇଛନ୍ତି, ବିମାନବନ୍ଦରରେ ପ୍ରବେଶ କରିବାକୁ ବାହାରେ ତାଠାରୁ ଅଧିକ ଲୋକ ଅନାଇ ରହିଛନ୍ତି । ଜୀବନ ବିକଳରେ ସମସ୍ତେ ଦେଶ ଛାଡି ଅନ୍ୟଦେଶର ବିମାନରେ ଚାଲିଯିବାକୁ ସଂଘର୍ଷ କରୁଛନ୍ତି ।

ସେହିପରି ବିମାନ ବନ୍ଦର ବାହାରେ ଥିବା ରାସ୍ତାରେ କିଭଳି ଗତ ୧୭ ତାରିଖରେ ଟ୍ରାଫିକ ଜାମ ଥିଲା ତାର ସାଟେଲାଇଟ ଚିତ୍ର ମଧ୍ୟ ସାମ୍ନାକୁ ଆସିଛି । ଦୀର୍ଘ କିଲୋମିଟର ଯାଏଁ ଗାଡି ମୋଟର ଅଟକି ରହିଥିବା ଏହି ଚିତ୍ରରୁ ଜଣାପଡୁଛି । ଅନ୍ୟପକ୍ଷରେ କାବୁଲ ବିମାନବନ୍ଦର ଭିତରେ ଆମେରିକା ସେନା ମହଜୁଦ ଥିବାବେଳେ ବାହାରେ ସମସ୍ତ ପ୍ରବେଶ ପଥକୁ ଜଗି ରହିଛନ୍ତି ତାଲିବାନ ସୈନିକ ।