ସ୍ୱାମୀଙ୍କ ଅକ୍ଷମତା ଓ ପିଲାଙ୍କ ଭବିଷ୍ୟତ ପାଇଁ ସାଜିଗଲେ ପଥର...ଲୋକଙ୍କ ଟାହି ଟାପରାକୁ ଖାତିର ନକରି ଆରମ୍ଭ କଲେ ବେପାର । ଦାନ୍ତକାଠି ବିକ୍ରି କରି ପୁଅଝିଅଙ୍କୁ ପାଠପଢାଇ ମଣିଷ କଲେ ହୀରାମଣୀ

Advertisment
ସ୍ୱାମୀଙ୍କ ଅକ୍ଷମତା ଓ ପିଲାଙ୍କ ଭବିଷ୍ୟତ ପାଇଁ ସାଜିଗଲେ ପଥର...ଲୋକଙ୍କ ଟାହି ଟାପରାକୁ ଖାତିର ନକରି ଆରମ୍ଭ କଲେ ବେପାର । ଦାନ୍ତକାଠି ବିକ୍ରି କରି ପୁଅଝିଅଙ୍କୁ ପାଠପଢାଇ ମଣିଷ କଲେ ହୀରାମଣୀ

କନକ ବ୍ୟୁରୋ: ଆଜିର ସଭ୍ୟ ସମାଜରେ ମହିଳା ମାନଙ୍କର ଆସନ ବହୁ ଉଚ୍ଚରେ । ପାରିବାରିକ ଦାୟିତ୍ୱ ଏବଂ କର୍ମକ୍ଷେତ୍ର ଦୁଇଟି ମଧ୍ୟରେ ତାଳମେଳ ରକ୍ଷା କରି ଆଗକୁ ବଢିବାକୁ ଚେଷ୍ଟା କରୁଛି । ଏଥିପାଇଁ ତାକୁ ଦୈନନ୍ଦିନ ଜୀବନରେ ଅନେକ ବାଧାବିଘ୍ନ ର ସମ୍ମୁଖୀନ ହେବାକୁ ମଧ୍ୟ ପଡିଥାଏ । ଆଜି ଆମେ ଏମିତି ଏକ ନାରୀଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ କି ବୟସର ଅପରାହ୍ନ ରେ ମଧ୍ୟ ଥକି ପଡିନାହାଁନ୍ତି ।ନିରବଚ୍ଛିନ୍ନ ଭାବେ ୨୫ବର୍ଷରୁ ଅଧିକ ହେବ ଜୀବନଜୀବିକା ପାଇଁ ସଂଘର୍ଷ କରିଚାଲିଛନ୍ତି । ସ୍ୱାମୀଙ୍କ ଅକ୍ଷମତା ଦେଖି ପରିବାର ଚଳାଇବା ସହ ନିଜ ପିଲାମାନଙ୍କ ମୁହଁରେ ହସ ଫୁଟାଇବା ପାଇଁ ଘରୁ ଗୋଡ କାଢ଼ିଲେ ଏବଂ ଦାନ୍ତକାଠି ବିକ୍ରି କରି ପୁଅ ଝିଅଙ୍କୁ ପାଠ ପଢ଼ାଇ ମଣିଷ କରିଛନ୍ତି ।

publive-image

ଆଦିବାସୀ ବହୁଳ ମୟୂରଭଞ୍ଜ ଜୀଲ୍ଲାର ସଦର ମହକୁମା ବାରିପଦା ଠାରୁ ମାତ୍ର ଅଳ୍ପ ଦୁରରେ ଶ୍ୟାମାଖୁଣ୍ଟା ବ୍ଲକର ଟିକରପଡା ଗାଁରେ ତାଙ୍କର ଘର । ନାଁ ତାଙ୍କର ହୀରାମଣୀ ସିଂ । ଏକ ଆଦିବାସୀ ପରିବାରରୁ ଆସିଥିବା ହୀରାମଣୀ ଙ୍କର ହସଖୁସିର ସଂସାରରେ ୪ପ୍ରାଣୀର କୁଟୁମ୍ବ । ଝିଅକୁ ବାହା ଦେବା ପରେ ଏବେ ସେ ରୋଗୀଣା ସ୍ବାମୀ ଏବଂ ପାଠ ପଢୁଆ ପୁଅ ସହ ରହୁଛନ୍ତି । ସମସ୍ତଙ୍କ ପରି ତାଙ୍କର ମଧ୍ୟ ସପ୍ନ ଅନେକ ଥିଲା । ନିକଟସ୍ଥ ଲୋକଙ୍କ ଚାଷକାର୍ଯ୍ୟରେ ମୂଲ ଲାଗି ତାଙ୍କ ସ୍ବାମୀ ରାଇତୁ ଚଳାଉଥିଲେ ଘର ସଂସାର । ପରେ ପରେ ହୀରାମଣୀ ଦୁଇଟି ସନ୍ତାନ ର ମା ମଧ୍ୟ ହୋଇଥିଲେ । ସ୍ବାମୀ ମୂଲ ଲାଗି ଆଣୁଥିବା ଅର୍ଥ ପରିବାର ପ୍ରତିପୋଷଣ ପାଇଁ ବହୁତ କମ ଥିଲା । ପିଲାମାନଙ୍କୁ ନେଇ ଚଳିବାରେ ବହୁ କଷ୍ଟର ସମ୍ମୁଖୀନ ମଧ୍ୟ ହେଉଥିଲେ ହୀରାମଣୀଙ୍କୁ । ସ୍ବାମୀଙ୍କ ଦେହ ଅସୁସ୍ଥ ହେବାରୁ ହୀରାମଣୀଙ୍କୁ ଅନ୍ଧକାର ମାଡିଆସିଥିଲା । ହେଲେ ହୀରାମଣୀଙ୍କୁ ସାନ୍ତ୍ବନା ଦେବାକୁ ଆଗେଇଆସିଥିଲେ ତାଙ୍କ ମା ।  ଏକ ଗରିବ ଆଦିବାସୀ ଜାତିର ହୋଇଥିବାରୁ ପ୍ରଥମେ ତାଙ୍କୁ ଅର୍ଥ ସାଜିଥିଲା ବାଧକ । କିଛି ଉପାୟ ନପାଇ ପ୍ରଥମେ ଜଙ୍ଗଲରୁ ଶାଳ ଦାନ୍ତ କାଠି ଓ ପତ୍ର ସହ କିଛି ଜଙ୍ଗଲ ଜାତ ଦ୍ରବ୍ୟକୁ ସଂଗ୍ରହ କରି ପାଦରେ ଚାଲି ଚାଲି ଗାଁ କୁ ଗାଁ ବୁଲି ବିକ୍ରି କରିବା ଆରମ୍ଭ କରିଥିଲେ ହୀରାମଣୀ ।

publive-image

ଏହାପରେ ସେ ସାଇକେଲରେ ନିଜର ବିକ୍ରୟ ଦ୍ରବ୍ୟ କୁ ଧରି ବିକ୍ରି କରିବା ପାଇଁ ଦୀର୍ଘ ବର୍ଷ ହେବ ଆସୁଥିଲେ । ଏହା ମଧ୍ୟରେ ରୋଜଗାର କରି ଝିଅର ବିବାହ ମଧ୍ୟ ସାରିଦେଇଥିଲେ । ଶାଳପତ୍ର , ଦାନ୍ତ କାଠି, କାଇ, ବିଭିନ୍ନ ପ୍ରକାରର ଗାଉଁଲି ଶାଗ ଇତ୍ୟାଦି କିଣିବା ପାଇଁ ପ୍ରତିଦିନ ପାଖାପାଖି ତାଙ୍କୁ ୫୦ କିଲୋମିଟରରୁ ବେଶୀ ସାଇକେଲ ଚଲାଇବାକୁ ପଡୁଥିବାରୁ ଧିରେ ଧିରେ ସେ ଏକ ମୋଟର ସାଇକେଲ କିଣିବା ପାଇଁ ଚେଷ୍ଟା କରି ସଫଳ ମଧ୍ୟ ହୋଇଥିଲେ । ଏବଂ ଗାଡି ଚଲା ଶିକ୍ଷାକରିବା ପରେ ଆଜକୁ ୨ବର୍ଷରୁ ବେଶୀ ହେବ ସେ ଏହି ମୋଟରସାଇକେଲ ରେ ଜିନିଷପତ୍ର ବୋହି ନିଜର ବ୍ୟବସାୟ ଚଳାଇଛନ୍ତି । ଆଉ ତାଙ୍କର ଏହି ଗାଡି ଚଲାଇ ବ୍ୟବସାୟ କରିବା ଶୈଳୀକୁ ନେଇ ପରିବାର ଏବଂ ଗ୍ରାମବାସୀଙ୍କ ଖୁସି କହିଲେ ନସରେ ।

publive-image

ଆଜିର ଦୁନିଆରେ ନାରି ସଶକ୍ତିକରଣ ହେଉ ଅବା ନାରୀ ସମ୍ମାନକୁ ନେଇ ଯେତେ ପ୍ରକାର ସରକାରଙ୍କ ପ୍ରଦୋତ୍ତ ଯୋଜନା ତିଆରି ହେଉଛି ଏସବୁକୁ ଲକ୍ଷ କଲେ ଜଣାପଡେ ହୀରାମଣୀ ହେଉଛନ୍ତି ଅଭୂତପୂର୍ବ ମାର୍ଗଦର୍ଶୀତା । ବାସ୍ତବତା କ୍ଷେତ୍ରରେ ହୀରାମଣୀଙ୍କ ଜୀବନର କାର୍ଯ୍ୟ ଶୈଳୀ , ଆତ୍ମନିର୍ଭରଶୀଳତା ବହୁ ପ୍ରଶଂସନୀୟ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe