କନକ ବ୍ୟୁରୋ : ରିଲିଜ ପୂର୍ବରୁ ବିବାଦରେ ରହି ଆସିଥିବା ଦ କେରଳ ଷ୍ଟୋରୀ, ରିଲିଜ ପରେ ବକ୍ସ ଅଫିସରେ ଧମାଲ ମଚାଇଛି । ଏହି ଫିଲ୍ମ ଏବେ ସୁଦ୍ଧା ୨୨୫ କୋଟିରୁ ଅଧିକ ଟଙ୍କା ଆୟ କରି ସାରିଲାଣି । ତେବେ ରିଲିଜ ପରେ ଏହି ଫିଲ୍ମକୁ ନେଇ ବିଭିନ୍ନ ସ୍ଥାନରେ ବିରୋଧ ଦେଖିବାକୁ ମିଳିଛି । କିଛି ସ୍ଥାନରେ ହଲରେ ଫିଲ୍ମକୁ ଚଲାଇ ମଧ୍ୟ ଦିଆଯାଇନି । ମରିସସରେ ମଧ୍ୟ ଫିଲ୍ମକୁ ନେଇ ଥିଏଟର ମାଲିକଙ୍କୁ ଇମେଲ ଯୋଗେ ଧମକ ମିଳିଛି । ଆତଙ୍କବାଦୀ ସଙ୍ଗଠନ ଆଇଏସଆଇଏସ ନାଁରେ ଆସିଥିବା ଏହି ଇମେଲରେ ଫିଲ୍ମକୁ ବନ୍ଦ କରିବାକୁ କୁହାଯାଇଛି । ଯଦି ଫିଲ୍ମ ଚାଲେ ତେବେ ଥିଏଟରକୁ ବମରେ ଉଡାଇ ଦିଆଯିବ ବୋଲି ଧମକ ଦିଆଯାଇଛି ।

Kanak News is now on WhatsApp
Join and get latest news updates delivered to you via WhatsApp
କେବଳ ଏତିକି ନୁହେଁ ଏହି ଫିଲ୍ମ ରିଲିଜ ହେବା ପରେ ଏହାର ନିର୍ମାତା ବିପୁଲ ଶାହାଙ୍କ ସୁରକ୍ଷାକୁ ବଢାଇ ଦିଆଯାଇଛି । ସେହିଭଳି ଫିଲ୍ମରେ ଅଭିନୟ କରିଥିବା ଅଦା ଶର୍ମାଙ୍କ ବ୍ୟକ୍ତିଗତ ନମ୍ବରକୁ କେହି ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥିଲେ । ଫଳରେ ଅଦାଙ୍କୁ ବିଭିନ୍ନ ନମ୍ବରରୁ କଲ ଆସିବା ଖରାପ ଭାଷାରେ ଗାଲିଗୁଲଜ କରୁଥିବାର ଖବର ମଧ୍ୟ ସାମ୍ନାକୁ ଆସିଛି । ଆଇଏସଆଇଏସ ଦ୍ୱାରା ପଠାଯାଇଥିବା ଇ-ମେଲକୁ ବିପୁଲ ଶାହାଙ୍କୁ ମଧ୍ୟ ଫରୱାର୍ଡ କରାଯାଇଛି । ସିନେମାହଲରେ ବମ ଲଗାଇବୁ ଏବଂ ସମସ୍ତଙ୍କୁ ଭଲ ସିନେମା ଦେଖାଇବୁ ବୋଲି ଇ-ମେଲରେ ଉଲ୍ଲେଖ ଥିଲା । ଶୁକ୍ରବାର ଯେତେବେଳେ ଦ କେରଳ ଷ୍ଟୋରୀ ଥିଏଟରରେ ଚାଲିବ ସେତେବେଳେ ଏମାସିନେରେ ବମ ଲାଗିବ ବୋଲି ଧମକ ଦିଆଯାଇଛି ।