କନକ ବ୍ୟୁରୋ: ସଙ୍କଟଦେଇ ଗତି କରୁଥିବା ଆଦାନୀ ଗ୍ରୁପ ପାଇଁ ଭଲ ଖବର ଆସିଛି । ମରିସସର ରେଗୁଲେଟର ଫାଇନାନସିଆଲ ସର୍ଭିସ କମିଶନ ଆଦାନୀ ଗ୍ରୁପକୁ କ୍ଲିନଚିଟ୍ ଦେଇଛନ୍ତି । ଫାଇନାନସିଆଲ ସର୍ଭିସ କମିଶନ କହିଛନ୍ତି ଯେ, ଆଦାନୀ ଗ୍ରୁପ ସମୂହ ସହ ଜଡିତ ଥିବା ୩୮ କମ୍ପାନୀ ଏବଂ ୧୧ ଗ୍ରୁପର ଟଙ୍କାରେ କୌଣସି ବେଆଇନ କାମ ହୋଇନାହିଁ । ଆମେରିକା ରିସର୍ଚ୍ଚ ଫାର୍ମ ହିଣ୍ଡନବର୍ଗ ଜାନୁଆରୀ ୨୪ରେ ପ୍ରକାଶ କରିଥିବା ରିପୋର୍ଟରେ ଦାବି କରିଥିଲା ଯେ, ଗୌତମ ଆଦାନୀ ନିଜ ସହ ସମ୍ପୃକ୍ତ ଥିବା କମ୍ପାନୀର ସେୟାର ମୂଲ୍ୟରେ ଗଡବଡ କରିଛନ୍ତି । ଏଥିପାଇଁ ସେମାନେ ମରିସସରେ ଥିବା ବେନାମୀ କମ୍ପାନୀର ବ୍ୟବହାର କରିଛନ୍ତି ।
ମରିସସର ବଜାର ନିୟାମକ କହିଛି ଯେ, ଆଭ୍ୟନ୍ତରୀଣ ରିପୋର୍ଟକୁ ବର୍ତ୍ତମାନ ସୁଦ୍ଧା ଭାରତୀୟ ପ୍ରତିପକ୍ଷଙ୍କୁ ପ୍ରଦାନ କରାଯାଇନାହିଁ । ବର୍ତ୍ତମାନ ସୁଦ୍ଧା ଭାରତୀୟ ବଜାର ନିୟାମକ ସେବି ଆଦାନୀ ସମୂହ ଏବଂ ମରିସସର ଦୁଇ କମ୍ପାନୀ ଫର୍ମୋ-ଗ୍ରେଟ ଇଣ୍ଟରନ୍ୟାସନାଲ ଟସ୍କର ଫଣ୍ଡ ଏବଂ ଆୟୁଷ୍ମାନ ଲିମିଟେଡ ମଧ୍ୟରେ ଥିବା ସମ୍ପର୍କର ଯାଞ୍ଚ କରିବା ଆରମ୍ଭ କରିଛି । ନିକଟରେ ରଦ୍ଦ ହୋଇଥିବା ଆଦାନୀ ଏଣ୍ଟରପ୍ରାଇଜେସର ଏଫପିଓରେ ପ୍ରମୁଖ ନିବେଶକ ଭାବେ ଭାଗ ନେଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/02/adani-text.jpg)