ବିବାହ କଲେ ମୌନୀ ରାୟ । ଦୁଇଥର ପଡିଲା ହାତଗଣ୍ଠି

4,225

କନକ ବ୍ୟୁରୋ: ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି  ସିରିଏଲ ଜଗତର ଲୋକପ୍ରିୟ ଅଭିନେତ୍ରୀ ମୌନୀ ରାୟ । ବିବାହ ମଣ୍ଡପରେ ସ୍ୱାମୀଙ୍କ ସହ ପ୍ରଥମ ଫଟୋକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି  । ସାଉଥ୍ ଗେଟଅପରେ ମୌନିଙ୍କୁ  ଦେଖିବାକୁ ମିଳିଛି । ତାଙ୍କର ଏହି ସିମ୍ପଲ ଗେଟଅପକୁ ବେଶ ପ୍ରଶଂସା କରିଛନ୍ତି ୟୁଜର୍ସ ।

 ବ-ଟାଉନର ସୂଚନା ମୁତାବକ, ମୌନି ବଙ୍ଗେଲି ହୋଇଥିବାବେଳେ ତାଙ୍କ ସ୍ୱାମୀ ସୁରଜ ନାମ୍ବିଆର ଦକ୍ଷିଣ ଭାରତ ବାସିନ୍ଦା । ତେଣୁ ନିଜ ନିଜ ସଂସ୍କୃତିକୁ ସମ୍ମାନ ଦେବାକୁ ଯାଇ ଦୁହିଁଙ୍କ ମଧ୍ୟରେ ଦୁଇ ଥର ବିବାହ ଅନୁଷ୍ଠିତ ହେବ ।  ପ୍ରଥମେ ବଙ୍ଗଳୀ ରୀତିରେ ବିବାହ ଅନୁଷ୍ଠିତ ହେବ । ଏହାପରେ ମାଲାୟାଲମ୍ ରାତିନୀତିରେ ବିବାହ ଅନୁଷ୍ଠିତ ହେବ ବୋଲି କୁହାଯାଉଛି ।

ବିବାହ ମଣ୍ଡପରେ ଦୁହିଁଙ୍କ ଯୋଡିକୁ ଖୁବ ପ୍ରଶଂସା ମିଳିଛି । ସୁରଜ ଗୋଲଡେନ୍ କଲର ସେରୱାନୀରେ ନଜର ଆସୁଥିବାବେଳେ ମୌନି ଏକ ଧଳା ସହ ଲାଲ ବର୍ଡର ସିଲ୍କ ଶାଢୀରେ ନଜର ଆସିଛନ୍ତି । ଏହାପୂର୍ବରୁ ହଳଦି ଲଗା ରୀତି ହେବା ଦିନ ମଧ୍ୟ ଦୁହେଁ ଖୁବ୍ ମଜାମସ୍ତି କରିଥିବାର ଦେଖିବାକୁ ମିଳିଥିଲା । ଏଥିରେ ମୌନୀ ଏକ ହଳଦୀ ରଙ୍ଗ ଲେହେଙ୍ଗାରେ ନଜର ଆସିଥିଲେ ।