ପାକିସ୍ତାନର କରାଚିରେ ଆଉଜଣେ ଭାରତ ବିରୋଧୀ  ଧାର୍ମିକ ନେତା ମୌlଲାନା ରହୀମୁଲ୍ଲା ତାରିକକୁ ପାକିସ୍ଥାନର ଓରଙ୍ଗି ଟାଉନ ଅଞ୍ଚଳରେ ଅଜ୍ଞାତ ବ୍ୟକ୍ତି ଗୁଳି କରି ହତ୍ୟା କରିଛନ୍ତି । ତାରିକ ରହୀମୁଲ୍ଲା ଭାରତ ବିରୋଧୀ ଭାବେ ଜଣାଶୁଣା । ସେ ସର୍ବଦା ଧାର୍ମିକ ସଭା ମାନଙ୍କରେ ଭାରତ ବିରୋଧରେ ବିଷେଦଗାର କରିଥାଏ । ସେ ଆତଙ୍କବାଦୀ ସଂଗଠନ ଜୈସ-ଏ –ମହମ୍ମଦ ଚିଫ  ମାସୁଦ ଅଜହରର ଅତି ନିକଟତର ଥିଲା ।

Advertisment

ଗତ କିଛି ମାସ ଧାରୀ ପାକିସ୍ଥାନ ମାଟିରେ ଭାରତ ବିରୋଧୀଙ୍କ ମୁଣ୍ଡ ଗଡିବାରେ ଲାଗିଛି । ତାଜା ଘଟଣାକ୍ରମରେ ଅଜ୍ଞାତ ଆକ୍ରମଣକାରୀଙ୍କ ଦ୍ଵାରା ଜୈସ-ଏ-ମହମ୍ମଦର ସହଯୋଗୀ ରହୀମୁଲ୍ଲା ତାରିକକୁ ଟାର୍ଗେଟ କିଲିଙ୍ଗ କରାଯାଇଛି । ମୌlଲାନା ରହୀମୁଲ୍ଲା ଜୈସ ମୁଖ୍ୟ ମାସୁଦ ଅଜହରଙ୍କ ନିକଟତର ବୋଲି କୁହାଯାଉଛି । ଭାରତ ବିରୋଧୀ ସମାବେଶରେ ମୌlଲାନା ତାରିକ୍ ପ୍ରାୟତ ଭାରତ ବିରୁଦ୍ଧରେ ବିଷେଦଗାର କରିଥାଏ ।

ପୋଲିସର ବିବୃତ୍ତି

କୁହାଯାଉଛି ଯେ କରାଚିର ଓରଙ୍ଗି ଟାଉନ୍ ଅଞ୍ଚଳରେ ଏକ ଭାରତ ବିରୋଧୀ ସମବେଶର ଆୟୋଜନ କରାଯାଉଥିଲା । ମୌଲାନା ରହୀମୁଲ୍ଲା ଏଥିରେ ଯୋଗଦେବାକୁ ଯାଉଥିଲା । ପୋଲିସର ବିବୃତ୍ତି ଅନୁଯାୟୀ, 'ମୃତ ବ୍ୟକ୍ତି ଜଣକ ହିଁ ମୌଲାନା ରହୀମୁଲ୍ଲା ତାରିକ୍ ଅଟନ୍ତି । ଏହା ଟାର୍ଗେଟ କିଲିଙ୍ଗ ପରି ଲାଗୁଛି ।

କିଛି ଦିନ ପୂର୍ବରୁ ଲଶ୍କର ଆତଙ୍କବାଦୀକୁ ହତ୍ୟା କରାଯାଇଥିଲା

ନିକଟ ଅତୀତରେ ପାକିସ୍ତାନରେ ଅଜ୍ଞାତ ଆକ୍ରମଣକାରୀଙ୍କ ଦ୍ଵାରା ଭାରତ ବିରୋଧୀ ଅନେକ ଆତଙ୍କବାଦୀଙ୍କୁ ଗୁଳି କରି ହତ୍ୟା କରାଯାଇଛି । ପୂର୍ବତନ ଲଶ୍କର-ଏ-ତାଇବା କମାଣ୍ଡର ଆକ୍ରାମ ଖାନ ଛଦ୍ମନାମ ଆକ୍ରାମ ଗାଜିଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଆକ୍ରାମ ଭାରତ ବିରୁଦ୍ଧରେ ସର୍ବଦା ଆତଙ୍କି କାର୍ଯ୍ୟକଳାପରେ ଲିପ୍ତ ଥିଲା । ସେ ୨୦୧୮ ରୁ ୨୦୨୦  ପର୍ଯ୍ୟନ୍ତ ଲଶ୍କରରେ ନୂତନ ନିଯୁକ୍ତିର କାମ ଦେଖୁଥିଲା । ଲସ୍କରର ବରିଷ୍ଠ କମାଣ୍ଡରଙ୍କ ମଧ୍ୟରେ ଆକ୍ରାମର ନାଁ ରହିଛି । ସେ ଦୀର୍ଘ ଦିନ ଧରି ଆତଙ୍କବାଦୀ କାର୍ଯ୍ୟକଳାପରେ ଜଡିତ ଥିଲା ।

ଭାରତ ବିରୋଧୀଙ୍କୁ ଲଗାତାର ହତ୍ୟା କରାଯାଉଛି

ପାକିସ୍ତାନରେ ଲଗାତାର ହତ୍ୟା ଆତଙ୍କବାଦୀମାନଙ୍କ ନିଦ ହଜେଇ ଦେଇଛି । ଗତ ମାସରେ ଭାରତର ଅନ୍ୟତମ ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ସହିଦ ଲତିଫକୁ ପାକିସ୍ତାନରେ ଗୁଳି କରି ହତ୍ୟା କରାଯାଇଥିଲା ।  ସିଆଲକୋଟରେ ଅଜ୍ଞାତ ଆକ୍ରମଣକାରୀଙ୍କ ଦ୍ଵାରା ଲତିଫକୁ ଗୁଳି କରି ହତ୍ୟା କରାଯାଇଥିଲା । ୨୦୧୬ ରେ ପଠାନକୋଟ ବାୟୁସେନା ଷ୍ଟେସନ ଉପରେ ହୋଇଥିବା ଆକ୍ରମଣର ମାଷ୍ଟରମାଇଣ୍ଡ ଥିଲା ଲତିଫ । ଷ୍ଟେସନ ଉପରେ ଆକ୍ରମଣ କରିଥିବା ଚାରି ଆତଙ୍କବାଦୀଙ୍କୁ ସେ ପାକିସ୍ତାନରୁ ରହି ନିର୍ଦ୍ଦେଶ ଦେଉଥିଲା ।

ଏହାପୂର୍ବରୁ ମେ ୬ ତାରିଖରେ ପାକିସ୍ତାନର ଲାହୋରରେ ଖଲିସ୍ତାନ କମାଣ୍ଡୋ ଫୋର୍ସ ମୁଖ୍ୟ ପରମଜିତ ସିଂ ପଞ୍ଜୱାଡଙ୍କୁ ଅଜ୍ଞାତ ହତ୍ୟାକାରୀଙ୍କ ଦ୍ୱାରା ଗୁଳି କରି ହତ୍ୟା କରାଯାଇଥିଲା ।