ମ୍ୟାଚ ମଝିରେ ମାହିଙ୍କୁ ମନେପକାଇଲେ ଅଷ୍ଟ୍ରେଲିଆ ୱିକେଟ କିପର । ଶିଖର ଧାୱନଙ୍କ ଷ୍ଟମ୍ପିଂ ମିସ୍ ହେବା ପରେ କହିଲେ, ‘ମୁଁ ଧୋନୀଙ୍କ ଭଳି ଧୁରନ୍ଧର ନୁହେଁ’

4,341

କନକ ବ୍ୟୁରୋ : ଅବସର ନେବା ପରେ ବି କମି ନାହିଁ ଭାରତୀୟ ପୂର୍ବତନ ୱିକେଟ କିପର ମହେନ୍ଦ୍ର ସିଂ ଧୋନୀଙ୍କ କ୍ରେଜ । ତାଙ୍କ ୱିକେଟ କିପିଂ କରିବାର ଶୈଳୀ ବ୍ୟାଟ୍ସମ୍ୟାନଙ୍କୁ ଭୟଭୀତ କରିଥାଏ । ସେ ୱିକେଟ ପାଖରେ ଛିଡା ହେଲେ କ୍ରିଜ ଛାଡନ୍ତି ନାହିଁ ବ୍ୟାଟ୍ସମ୍ୟାନ । କାରଣ ଷ୍ଟମ୍ପିଂ କରିବାରେ ସେ ଥିଲେ ମାହିର । ତେବେ ଆଜି ତାଙ୍କ କଥା ମନେ ପକାଇଛନ୍ତି ଅଷ୍ଟ୍ରେଲିଆ ୱିକେଟ କିପର ମାଥ୍ୟୁ ୱାଡେ ।

ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ ଟି-୨୦ ମ୍ୟାଚ ବେଳେ ଘଟିଲା ମଜାଦାର ଘଟଣା । ଏହି ଘଟଣା ଏବେ ସୋସିଆଲ ମିଡିଆରେ ସେନସେସନ ପାଲଟିଛି । ଅଷ୍ଟ୍ରେଲିଆ ୱିକେଟ କିପର ମାଥ୍ୟୁ ୱାଡେ ଶିଖର ଧୱନଙ୍କ ଷ୍ଟମ୍ପିଂକୁ ଖସାଇ ଦେଇଥିଲେ । ଏହାପରେ ମାଥ୍ୟୁ ୱାଡେ କହିଥିଲେ, ମୁଁ ଧୋନୀଙ୍କ ପରି ଦ୍ରୁତ ନୁହେଁ । ତେବେ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଟି-ଟ୍ୱେଣ୍ଟିରେ ଭାରତ ଦମଦାର ବିଜୟ ହାସଲ କରିଥିଲା । ଏହି ମ୍ୟାଚରେ ଟିମ ଇଣ୍ଡିଆ ୬ ୱିକେଟରେ ବିଜୟୀ ହୋଇଥିଲା । ଏହାସହ ୨-୦ରେ ଟି-ଟ୍ୱେଣ୍ଟ ସିରିଜ କବଜା କରିଛି ଭାରତ । ଏହି ମ୍ୟାଚରେ ଶିଖର ଧାୱନ ଦମଦାର ଅର୍ଦ୍ଧଶତକ ହାସଲ କରିଥିଲେ ।