କନକ ବ୍ୟୁରୋ: କରୋନା ମୁକାବିଲା ପାଇଁ ଦେଶବ୍ୟାପି ଲକଡାଉନ ଚାଲିଥିବାବେେଳେ ବହୁ ସଂଖ୍ୟାରେ ଶ୍ରମିକଙ୍କ ସ୍ଥାନାନ୍ତର ନେଇ କେନ୍ଦ୍ରକୁ ରିପୋର୍ଟ ମାଗିଛନ୍ତି ସୁପ୍ରିମକୋର୍ଟ । ଏତେ ସଂଖ୍ୟାରେ ଶ୍ରମିକ ସ୍ଥାନାନ୍ତରଣ ରୋକିବାକୁ ରାଜ୍ୟ ସରକାର କଣ ପଦକ୍ଷେପ ନେଇଛନ୍ତି ସେ ନେଇ ମଙ୍ଗଳବାର ଭିତରେ ରିପୋର୍ଟ ଦେବାକୁ ଦାବି କରିଛନ୍ତି ।
ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିବା ଜନସ୍ୱାର୍ଥ ମାମଲାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଶୁଣାଣି କରି ମୁଖ୍ୟ ବିଚାରପତି ଜଷ୍ଟିସ୍ ଏସ. ଏ. ବୋବଡେ ଓ ଏଲ ନାଗେଶ୍ୱର ରାଓ ଏହି ରିପୋର୍ଟ ତଲବ କରିଛନ୍ତିି । ଲକଡାଉନ ଲାଗୁ ହେବା ପରେ ସାରା ଦେଶରୁ ହଜାର ହଜାର ଶ୍ରମିକ ଗାଁକୁ ଯିବା ଏକ ନୂଆ ସଂକଟ ଭାବେ ଉଭା ହୋଇଛି । ଏହାକୁ ନେଇ ଆଇନଜୀବୀ ଆଲୋକ ଶ୍ରୀବାସ୍ତବ ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ କରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
