କନକ ବ୍ୟୁରୋ : ସଫଳତାର ସହ ଭାରତ ମିଶନ ଚନ୍ଦ୍ର ଓ ସୂର୍ଯ୍ୟ ଲଂଚ୍ କରିବା ପରେ ଆଗାମୀ ଲକ୍ଷ୍ୟ ରଖିଛି ସମୁଦ୍ର । ଏହା ପାଇଁ ଖୁବ ଶିଘ୍ର ଆରମ୍ଭ ହେବାକୁ ଯାଉଛି ମିଶନ ସମୁଦ୍ରଯାନ । ଏନେଇ ଟୁଇଟ କରି ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ । ସମୁଦ୍ରଯାନର କିଛି ଫଟୋ ଓ ଭିଡିଓ ପୋଷ୍ଟ କରି କେନ୍ଦ୍ରମନ୍ତ୍ରୀ ସମୁଦ୍ରଯାନ ସମ୍ବ୍ନ୍ଧରେ ସବିଶେଷ ତଥ୍ୟ ପ୍ରଦାନ କରିଛନ୍ତି । ସମୁଦ୍ରର ୬ହଜାର ମିଟର ଗଭୀରକୁ ଯିବ ଏହି ଯାନ ଓ ସମୁଦ୍ରର ରହସ୍ୟ ଉନ୍ମୋଚନ କରିବ ।

Advertisment

ମିଶନ ସମୁଦ୍ରଯାନ ସଫଳ ହେଲେ ଭାରତକୁ କେବଳ ବଡ ଉପଲବ୍ଧି ମିଳିବନି ବଂର ମାନବ ଜାତି ପାଇଁ ବେଶ ଲାଭ ଦାୟକ ହେବ ବୋଲି ଗବେଷକ ମତ ରଖିଛନ୍ତି ।

ଭାରତର ମିଶନ ‘ସମୁଦ୍ର’
-ବଙ୍ଗୋପସାଗରର ଗଭୀରତା ଭିତରେ ରହସ୍ୟ ଖୋଜିବ ମିଶନ ସମୁଦ୍ରଯାନ
-ସମୁଦ୍ରଯାନ ମିଶନ ପାଇଁ ମତ୍ସ୍ୟ-୬୦୦୦ ନିର୍ମାଣ ଶେଷ
-ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏକ ବୁଡ଼ା ଜାହଜ
-୨୦୨୪ରେ ପ୍ରଥମ ସି-ଟ୍ରାଏଲ ବିନା ମାନବରେ ହେବ
-୨୦୨୬ରେ ମାନବଙ୍କୁ ପଠାଯାଇ କରାଯିବ ଚୁଡାନ୍ତ ଅଭିଯାନ
-ପ୍ରଥମ ୫୦୦ ମିଟରକୁ ଯାଇ କରିବ ପରୀକ୍ଷା-ନିରୀକ୍ଷା
-ବଙ୍ଗୋପସାଗରର ଚେନ୍ନାଇ ଉପକୂଳରେ ହେବ ସି-ଟ୍ରାଏଲ
-ମୁଖ୍ୟ ଲକ୍ଷ୍ୟ ସମୁଦ୍ର ଭିତରୁ ଖଣିଜ ପଦାର୍ଥର ସନ୍ଧାନ କରିବ ।
-ନ୍ୟାଶନାଲ ଇନଷ୍ଟିଚ୍ୟୁଟ ଅଫ ଓସୋନ ଟେକ୍ନୋଲୋଜି ଏହାର ନିର୍ମାଣ କରିଛି ।
-ଯେପରି କୌଣସି ଅଘଟଣ ନଘଟେ ଏହାକୁ ଦୃଷ୍ଟିରେ ରଖି ମତ୍ସ୍ୟଯାନ ୬୦୦୦ ଡିଜାଇନ କରାଯାଇଛି ।

ଗୋଲାକାର ଆକୃତିର ସମୁଦ୍ରଯାନ ସବମେରାଇନ ପରି କାମ କରିବ । ସମୁଦ୍ରର ଚାପକୁ ସହ୍ୟ କରି କାମ କରିପାରିବ । ଏଥିରେ ମୋଟ ୩ଜଣ ଅନୁସନ୍ଧାନକାରୀ ଯିବେ । ସେମାନଙ୍କ ମଧ୍ୟରୁ ଜଣେ ମନିଟର କରିବେ ଓ ୨ଜଣ ଅନୁସନ୍ଧାନ କରିବ । ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମାଣ କରାଯାଇଛି । ଯୋଗାଯୋଗରେ ଯେପରି କୌଣସି ବାଧା ସୃଷ୍ଟି ନହୁଏ ତେଣୁ ଇସ୍ରୋର ସହାୟତା ନିଆଯାଇଛି । ଟେଷ୍ଟ, ଡିଜାଇନ, ସୁରକ୍ଷାକୁ ବିଶେଷ ଗୁୁରୁତ୍ୱ ଦିଆଯାଇଛି ।