ଠକେଇର ନୂଆ ଠିକଣା ପାଲଟିଛି ମାଟ୍ରିମୋନି ସାଇଟ୍ । ଜୀବନସାଥୀ ଖୋଜୁଥିବା ଯୁବକଙ୍କୁ ଟାର୍ଗେଟ୍

ଠକେଇର ନୂଆ ଠିକଣା ପାଲଟିଛି ମାଟ୍ରିମୋନି ସାଇଟ୍ । ଜୀବନସାଥୀ ଖୋଜୁଥିବା ଯୁବକଙ୍କୁ ଟାର୍ଗେଟ୍

କନକ ବ୍ୟୁରୋ : ବିବାହ ପାଇଁ ମାଟ୍ରିମୋନିଆଲ ସାଇଟ୍ ରେ ଯୁବତୀ ଖୋଜୁଛନ୍ତି କି? ସୁନ୍ଦର ଫଟୋ ଦେଖି ଚାଟିଂ କରୁଛନ୍ତି କି? ମିଠା ମିଠା କଥାରେ ଅଜଣା ଯୁବତୀଙ୍କୁ ସାତ ଜନ୍ମର ସାଥୀ ପାଇଁ ସ୍ୱପ୍ନ ଦେଖୁଛନ୍ତି କି? ଯଦି ହଁ, ତାହେଲେ ସାବଧାନ ହୋଇଯାଆନ୍ତୁ । କାରଣ, ମାଟ୍ରିମୋନିଆଲ ସାଇଟରେ ଏବେ ମାତିଛନ୍ତି ଠକ । ଆପଣ ଯାହାକୁ ନୀଲମ ଭାବି କଥା ହେଉଛନ୍ତି, ସେ ଜଣେ ସୁନ୍ଦରୀ ଯୁବତୀ ନୁହଁନ୍ତି, ତାଙ୍କର ପରିଚୟ ହେଉଛି ନୃସିଂହ ବିଶ୍ୱାଳ । ନବମ ଫେଲ ଏହି ଯୁବକ ହେଉଛି ପୁରୀ ସଦର ଥାନା ଅଧୀନ ଭାତକୁଡି ଗାଁର । ଏହିଭଳି ସୁନ୍ଦରୀ ଯୁବତୀଙ୍କ ଫଟୋ ଲଗାଇ ମାଟ୍ରିମୋନିଆଲ ସାଇଟରେ ଆଇଡି ଖୋଲେ ଏହି ନବମ ଫେଲ ନୃସିଂହ । ଚାଟିଂରେ ଚାଟିଂରେ ସମ୍ପର୍କ ଯୋଡେ । ବିବାହ କରିବାକୁ ପ୍ରତିଶ୍ରୁତି ବି ଦିଏ । ଆଉ ମାତ୍ର କେଇଦିନର ଚାଟିଂ ପରେ, ବାପାଙ୍କ ଦେହ ଖରାପ କରି ଟଙ୍କା ଲୁଟର ଜାଲ ପକାଏ । ଯୁବକମାନେ ଅନଲାଇନରେ ଟଙ୍କା ପଠାଇବା ପରେ, ଆଉ ଧରାଛୁଆଁ ଦିଏନି ଏହି ଠକ । ୩ ଲକ୍ଷ ୧୮ ହଜାର ଟଙ୍କାର ଠକେଇ ଅଭିଯୋଗ ପରେ ଏହି ଚାଲବାଜ ଠକକୁ ଗିରଫ କରିଛି କମିଶନରେଟ ପୁଲିସ ।

ଏସବୁ ଭିତରେ ଏହି ଠକ ଏତେ ତଳକୁ ଖସି ଯାଇଥିଲା ଯେ, ନିଜ ପତ୍ନୀକୁ ବି ଛାଡି ନଥିଲା । ସ୍ତ୍ରୀ ନାଁରେ ଆଇଡି ଖୋଲି ଲୋକଙ୍କ ସହ ଚାଟିଂ କରିବା ଆରମ୍ଭ କରି ଦେଇଥିଲା । ଏହି ଫର୍ମୁଲା ପକାଇ ଏମିତି କେତେ ଯୁବକଙ୍କ ଆକାଉଁଟ ଖାଲି କରିଛି ଏହି ୪୨୦ ଠକ, ତାହା ଜାଣିବା ପାଇଁ ମାଟ୍ରିମୋନିଆଲ ସାଇଟକୁ ଚିଠି ଲେଖିଛି କମିସନରେଟ ପୁଲିସ ।

ଅଭିଯୁକ୍ତ ନିକଟରୁ ୧ ଲକ୍ଷ ୬୧ ହଜାର ନଗଦ ଟଙ୍କା, ଏଟିଏମ କାର୍ଡ ଓ ସିମ କାର୍ଡ ଜବତ କରାଯାଇଛି । ଅଭିଯୁକ୍ତକୁ କୋର୍ଟଚାଲାଣ କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe