ବେକାରୀ ବରକୁ ଦରକାର ସର୍ବଗୁଣା କନିଆଁ ! ବିବାହ ପାଇଁ ବର ଦେଲେ ଏଭଳି ବିଜ୍ଞାପନ , ଲୋକେ କହିଲେ କନିଆଁ ଦରକାର ନା ମେସିନ୍ ।

ବେକାରୀ ବରକୁ ଦରକାର ସର୍ବଗୁଣା କନିଆଁ ! ବିବାହ ପାଇଁ ବର ଦେଲେ ଏଭଳି ବିଜ୍ଞାପନ , ଲୋକେ କହିଲେ କନିଆଁ ଦରକାର ନା ମେସିନ୍ ।

ଖବରକାଗଜରେ ଆପଣ ବିବାହକୁ ନେଇ ବର-କନ୍ୟା ଦେଇଥିବା ବିଜ୍ଞାପନ ବାବଦରେ ଦେଖିଥିବେ ଯେଉଁଥିରେ ଇଛୁକ ବ୍ୟକ୍ତି ନିଜର ବୃତ୍ତି, ଠିକଣା ସହ କିଭଳି ଝିଅ ଚାହୁଁଛନ୍ତି ସେ ବାବଦରେ ଲେଖିଥାନ୍ତି ସେହିପରି କନ୍ୟା ପକ୍ଷର ମଧ୍ୟ ବିଜ୍ଞାପନରେ ବର୍ଣ୍ଣ, ଉଚ୍ଚତା, ଠିକଣା, ଗୋତ୍ର ବାବଦରେ ସୂଚନା ଦିଆଯାଇଥାଏ ଏବେ ସୋସିଆଲ ମିଡିଆରେ ଏମିତି ଏକ ବିଜ୍ଞାପନ ଭାଇରାଲ ହୋଇଛି ଯେଉଁଥିରେ ପୁଅ ଚାଁହୁଥିବା ଝିଅ କେଉଁଠୁ ମିଳିବେ ସେ ନେଇ ସମସ୍ତେ ଚର୍ଚ୍ଚା ଆରମ୍ଭ କରିଦେଇଛନ୍ତି

publive-image

ମିଳିଥିବା ସୂଚନା ମୁତାବକ ୩୧ ବର୍ଷୀୟ ଅଭିନ୍ନ କୁମାର ଏହି ବିଜ୍ଞାପନ ଦେଇଛନ୍ତି ପେସାରେ ବେରୋଜଗାର ଥିବା ଅଭିନ୍ନ ବିଜ୍ଞାପନରେ ଉଲ୍ଲେଖ କରିଛନ୍ତି ଯେ ବ୍ରାହ୍ମଣ ଜାତିର ଝିଅ ଆବଶ୍ୟକ ଯିଏ କି ବିଶ୍ୱସ୍ତ, ସାହସୀ, ଧନୀ ସହ ଦୟାଳୁ ହୋଇଥିବ ସେହିପରି ଝିଅର ମନରେ ଦେଶଭକ୍ତି ପ୍ରବଳ ଥିବା ସହ ଭାରତର ସୈନ୍ୟ ବାହିନୀ ସହ କ୍ରୀଡା ପ୍ରତି ରୁଚି ରଖୁଥିବ ଏହା ସହ ଛୁଆଙ୍କୁ ଭଲ ପାଉଥିବା ସହ ଭଲ ରୋଷେଇ କରିପାରୁଥିବା ଆବଶ୍ୟକ ବୋଲି ବିଜ୍ଞାପନରେ ଉଲ୍ଲେଖ କରିଛନ୍ତି ବିଜ୍ଞାପନରେ ଶେଷ ଆଡକୁ ଫୋନ ନମ୍ବର ଦିଆଯିବା ସହ କେବଳ ମେସେଜ ମାଧ୍ୟମରେ ଯୋଗାଯୋଗ କରିବାକୁ ଅଭିନ୍ନ ଲେଖିଛନ୍ତି ଅବଶ୍ୟ ଶେଷରେ ବିବାହ ପାଇଁ କୌଣସି ବ୍ୟସ୍ତ ହେବାର ନାହିଁ ବୋଲି ମଧ୍ୟ ଲେଖିଛନ୍ତି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe