ଆଜି ବାହାରିବ ମେଟ୍ରିକ ରେଜଲ୍ଟ । ସକାଳ ୧୦ଟାରେ ବୋର୍ଡ କାର୍ଯ୍ୟାଳୟରେ ହେବ ପ୍ରକାଶିତ  । 

390

କନକ ବ୍ୟୁରୋ: ଆଜି ପ୍ରକାଶ ପାଇବ ମେଟ୍ରିକ ପରୀକ୍ଷାଫଳ, ସକାଳ ୧୦ଟା ସମୟରେ କଟକ ସ୍ଥିତ ବୋର୍ଡ କାର୍ଯ୍ୟାଳୟରେ ରେଜଲ୍ଟ ପ୍ରକାଶିତ ହେବ । ମେଟ୍ରିକ ସହ ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ ପରୀକ୍ଷାଫଳ ମଧ୍ୟ ପ୍ରକାଶ କରାଯିବ । ପରେ ପୂର୍ବାହ୍ନ ୧୧ଟା ୩୦ରେ ରେଜଲ୍ଟ ୱେବସାଇଟରେ ଉପଲବ୍ଧ ହେବ । bseodisha.ac.in କୁ ଯାଇ ପରୀକ୍ଷାଫଳ ଜାଣିପାରିବେ ଛାତ୍ରଛାତ୍ରୀ । ଯେଉଁ ସ୍ଥାନରେ ଇଂଟରନେଟର ସୁବିଧା ନାହିଁ ସେସବୁ ସ୍ଥାନରେ ଛାତ୍ରଛାତ୍ରୀ ମାନେ ମୋବାଇଲ ମାଧ୍ୟମରେ ମେସେଜ କରି ମଧ୍ୟ ରେଜଲ୍ଟ ଜାଣିପାରିବେ । ଓଆର ୧୦ ସ୍ପେସ୍ ରୋଲ ନଂ ଟାଇପ୍ କରି ୫୬୭୬୭୫୦ ନଂକୁ ମେସେଜ କରି ପରୀକ୍ଷାଫଳ ଜାଣିପାରିବେ ଛାତ୍ରଛାତ୍ରୀ ।

ଦିନ ୧୨ଟା ୩୦ ପରେ ସ୍କୁଲରୁ ମିଳିବ ଛାତ୍ରଛାତ୍ରୀଙ୍କ ଟାବୁଲେସନ । ବିଦ୍ୟାଳୟର ପ୍ରଧାନଶିକ୍ଷକ ଛାତ୍ରଛାତ୍ରୀଙ୍କ ୟୁଜର ଆଇଡି ଓ ପାସୱାର୍ଡ ମାଧ୍ୟମରେ ଅନଲାଇନରୁ ଛାତ୍ରଛାତ୍ରୀଙ୍କ ଟାବୁଲେସନ ଡାଉନଲୋଡ କରିପାରିବେ । ଚଳିତ ବର୍ଷ ପ୍ରଥମ ଥର ପାଇଁ ରେଜଲ୍ଟ ପ୍ରକାଶ କରାଯିବା ଦିନ ଛାତ୍ରଛାତ୍ରୀଙ୍କୁ ଡିଜିଟାଇଜଡ୍ ସାର୍ଟିଫିକେଟ ପ୍ରଦାନ କରାଯିବାକୁ ବ୍ୟବସ୍ଥା କରାଯାଇଛି । ଅପରାହ୍ନ ୪ଟା ପରେ ଏହି ଡିଜିଟାଇଜଡ୍ ସାର୍ଟିଫିକେଟ ଛାତ୍ରଛାତ୍ରୀ ମାନେ ମୋବାଇଲ ମାଧ୍ୟମରେ ପାଇପାରିବେ । ଆଜି ପରୀକ୍ଷାଫଳ ପ୍ରକାଶିତ ହେବା ପରେ ମେ ୨୯ରୁ ଜୁନ ୧୨ ମଧ୍ୟରେ ପୁନଃ ମୁଲ୍ୟାୟନ ପାଇଁ ଆବେଦନ କରିପାରିବେ ଛାତ୍ରଛାତ୍ରୀ । ମାଟ୍ରିକ ପାଇଁ ଅନଲାଇନ ଏବଂ ମଧ୍ୟମା, ମୁକ୍ତ ବିଦ୍ୟାଳୟ ପାଇଁ ଅଫଲାଇନରେ ରିଚେକିଂ ପାଇଁ ଆବେଦନ କରିହେବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।