ପଞ୍ଜାବ ସରକାରଙ୍କ ବଡ ଘୋଷଣା । ବିନା ପରୀକ୍ଷାରେ ପଞ୍ଚମ, ଅଷ୍ଟମ ଓ ଦଶମ ଶ୍ରେଣୀ ପିଲା ପାସ୍

260

କନକ ବ୍ୟୁରୋ : ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ପଞ୍ଚମ, ଅଷ୍ଟମ ଓ ଦଶମ ଶ୍ରେଣୀର ଛାତ୍ର ଛାତ୍ରୀ ମାନଙ୍କୁ ବିନା ପରୀକ୍ଷାରେ ଉପର ଶ୍ରେଣୀକୁ ଉର୍ତ୍ତୀନ୍ନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ହେଲେ ଯୁକ୍ତ ଦୁଇ ପରୀକ୍ଷାକୁ ନେଇ ସରକାର କୌଣସି ନିଷ୍ପତ୍ତି ଘୋଷଣା କରି ନାହାନ୍ତି । ଖୁବ୍ ଶୀଘ୍ର ସରକାର ଏନେଇ ବିଚାର କରିବେ ବୋଲି ସୂଚନା ମିଳିଛି । ଏହା ପୂର୍ବରୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ ଘୋଷଣା କରିଥିଲେ ।

କହିରଖୁ କି ପଞ୍ଜାବରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀ ମାନେ ୪ ଟି ବିଷୟରେ ପରୀକ୍ଷା ଦେଇ ସାରିଛନ୍ତି । କେବଳ ଗୋଟିଏ ବିଷୟରେ ପରୀକ୍ଷା ବାକି ରହିଛି । ପଞ୍ଜାବ ଶିକ୍ଷାବୋର୍ଡ ଏହି ୪ ଟି ବିଷୟକୁ ନେଇ ମିଳିବାକୁ ଥିବା ମାର୍କ ଆଧାରରେ ପିଲାମାନଙ୍କ ପରୀକ୍ଷା ଫଳ ଘୋଷଣା କରିବ । ସେହିପରି ଅଷ୍ଟମ ଓ ଦଶମ ଶ୍ରେଣୀ ପିଲାମାନେ ଦେଇଥିବା ପ୍ରି ବୋଡ ଓ ଇଣ୍ଟରନାଲ ପରୀକ୍ଷାରେ ରଖିଥିବା ମାର୍କ ଆଧାରରେ ସେମାନଙ୍କର ପରୀକ୍ଷା ଫଳ ଘୋଷଣା କରାଯିବ ।
କହିରଖୁ କି ପଞ୍ଜାବରେ ବି କରୋନା ସଂକ୍ରମଣ ଦୃତ ହାରରେ ବୃଦ୍ଧି ପାଇବାରେ ଲାଗିଛି । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୩୩୨୯ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୬୩ ଜଣଙ୍କର ମୃତ୍ୟୁ ହୋଇଛି ।