କିଭଳି ହେବ ମାଟ୍ରିକ ମୂଲ୍ୟାୟନ ? ବୋର୍ଡ ପକ୍ଷରୁ ପ୍ରସ୍ତୁତ ହେଲା ଫର୍ମୁଲା !

4,410

କନକ ବ୍ୟୁରୋ : ରାଜ୍ୟରେ ମାଟ୍ରିକ ପରୀକ୍ଷା ବାତିଲ ହେବା ଦିନରୁ ମୂଲ୍ୟାୟନ କିଭଳି ହେବ, ତାକୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଛି । ତେବେ ବିଭାଗୀୟ ମନ୍ତ୍ରୀ କହିଥିଲେ ଏ ସଂପର୍କରେ ବୋର୍ଡ ନିର୍ଦ୍ଧାରିତ ନିୟମ ଅନୁସାରେ ମୂଲ୍ୟାୟନ ହେବ । ଅନୁମାନ କରାଯାଉଥିଲା ସ୍କୁଲରେ ହୋଇଥିବା ୪ଟି ପ୍ରି-ବୋର୍ଡ ପରୀକ୍ଷା ମାର୍କ ଆଧାରରେ ମାଟ୍ରିକ ମୂଲ୍ୟାୟନ ହେବ ଓ ଫଳାଫଳ ପ୍ରକାଶ ପାଇବ । ଏବେ ସ୍କୁଲଗୁଡିକ ନବମ ଓ ଦଶମ ଅଭ୍ୟାସ ପରୀକ୍ଷା ମାର୍କ ତାଲିକା ଦାଖଲ କରିବାକୁ କୁହାଯାଇଥିବାରୁ ମୂଲ୍ୟାୟନ ନେଇ ବୋର୍ଡ ଏକ ଫର୍ମୁଲା ପ୍ରସ୍ତୁତ କରିଥିବା କୁହାଯାଉଛି ।

– ନବମ ଶ୍ରେଣୀ ଷାଣ୍ମାସିକ ଓ ଦଶମ ଅଭ୍ୟାସ ପରୀକ୍ଷା ମାର୍କ ଆଧାରରେ ହେବ ମାଟ୍ରିକ ମୂଲ୍ୟାୟନ
– ଆଜି ସୁଦ୍ଧା ଦୁଇଟିଯାକ ପରୀକ୍ଷାର ମାର୍କ ଡିଇଓ କିମ୍ବା ମେଂଟର ସ୍କୁଲରେ ଦାଖଲ କରିବାକୁ ନିର୍ଦ୍ଦେଶ
– ପରିଷଦ ପକ୍ଷରୁ କୁହାଯାଇଛି ଦଶମ ଶ୍ରେଣୀର ୪ଟି ଅଭ୍ୟାସ ପରୀକ୍ଷାର ମାର୍କକୁ ବିଚାରକୁ ନିଆଯିବ
– ପ୍ରଥମ ଅଭ୍ୟାଷ ପରୀକ୍ଷା ୪୦ ନମ୍ବର ଲେଖାଏଁ ହୋଇଥିଲା, ପରବର୍ତୀ ପରୀକ୍ଷା ୮୦ ମାର୍କ ଲେଖାଏଁ ହୋଇଥିଲା
– ସେଥିରେ ଛାତ୍ରଛାତ୍ରୀ କେଉଁ ବିଷୟରେ କେତେ ମାର୍କ ରଖିଛନ୍ତି ତାହା ଜଣାଇବାକୁ କୁହାଯାଇଛି
– ପରୀକ୍ଷାର୍ଥୀଙ୍କ ରୋଲନମ୍ବର ଅନୁସାରେ ବୋର୍ଡ ଦେଇଥିବା ଟାବୁଲେସନ ରେଜିଷ୍ଟରରେ ଚଢାଇବେ ସ୍କୁଲ