ମାଟ୍ରିକ ପିଲାଙ୍କ ଫର୍ମ ପୂରଣ ଅବଧି ୧୦ ଫେବୃଆରୀ ଯାଏଁ ବୃଦ୍ଧି । ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା । 

168

କନକ ବ୍ୟୁରୋ : ମାଟ୍ରିକ ଛାତ୍ରଛାତ୍ରୀଙ୍କ ପାଇଁ ବଡ ଖବର । ମାଟ୍ରିକ ପିଲାଙ୍କ ଫର୍ମ ପୂରଣ ଅବଧି ୧୦ ଫେବୃଆରୀ ଯାଏଁ ବୃଦ୍ଧି କରାଯାଇଛି । ପୂର୍ବରୁ ୨ ଫେବୃଆରୀ ଯାଏଁ ଥିଲା ଫର୍ମ ପୂରଣ ଅବଧି । ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି । ଜାନୁଆରୀ ୧୦ ତାରିଖରୁ ଆରମ୍ଭ ହୋଇ ସାରିଛି ମାଟ୍ରିକ ଫର୍ମ ପୂରଣ । ତେବେ ଏହା ଏବେ ଫେବୃଆରୀ ୧୦ ତାରିଖ ଯାଏଁ ଚାଲିବ ।

ଜାନୁଆରୀ ୮ ତାରିଖରୁ ସରକାର ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଠ ପଢା ଆରମ୍ଭ କରିଛନ୍ତି । ବୋର୍ଡ ପରୀକ୍ଷାକୁ ଦୃଷ୍ଟିରେ ରଖି ସରକାର ସ୍କୁଲ ଖୋଲିବା ନିଷ୍ପତ୍ତି ନେଇଥିଲେ । କୋଭିଡ ଗାଇଡଲାଇନ ଅନୁସାରେ ସ୍କୁଲରେ ପାଠପଢା ହେଉଛି ।