ବାହାନଗା ସ୍କୁଲରେ ବି ହେଉଛି ମାଟ୍ରିକ ପରୀକ୍ଷା । ୧୮୯ ପରିକ୍ଷାର୍ଥୀ ଆସିଛନ୍ତି ସ୍କୁଲ । ଏବେବି ଛାତ୍ରଛାତ୍ରୀଙ୍କ ଭିତରେ ଶଙ୍କା

289

କନକ ବ୍ୟୁରୋ : ବାହାନଗା ସ୍କୁଲରେ ବି ହେଉଛି ମାଟ୍ରିକ ପରୀକ୍ଷା । ୧୮୯ ପରିକ୍ଷାର୍ଥୀ ଆସିଛନ୍ତି ସ୍କୁଲ । କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣା ପରେ ଏହି ସ୍କୁଲରେ ହିଁ ଶହଶହ ଶବ ରଖାଯାଇଥିଲା । ଯାହାକୁ ନେଇ ଛାତ୍ରଛାତ୍ରୀଙ୍କ ମନରେ ଭୟ ରହିଥିଲା । ପରେ ସ୍କୁଲକୁ ଭଙ୍ଗାଯାଇ ନୂଆ ସ୍କୁଲ ଘର ନିର୍ମାଣ କରାଯାଇଥିଲା । ଏହି ବାହାନଗା ସ୍କୁଲରେ ପରୀକ୍ଷା ଦେଉଛନ୍ତି ଛାତ୍ରଛାତ୍ରୀ । ଏବେବି ଛାତ୍ରଛାତ୍ରୀଙ୍କ ଭିତରେ ଶଙ୍କା ରହିଛି ।

ବାହାନଗା ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଯାତ୍ରୀଙ୍କ ଶବ ବାହାନଗା ସ୍କୁଲରେ ରଖାଯାଇଥିଲା । ଯାହାକୁ ନେଇ ପିଲାଙ୍କ ମନରେ ଏକ ଭୟ ସୃଷ୍ଟି ହୋଇଥିଲା । ପରେ ସ୍କୁଲକୁ ରଙ୍ଗ ଦିଆଯାଇ ପରିସ୍କାର ପରିଚ୍ଛନ କରାଯାଇଥିଲେ ବି ଛାତ୍ରଛାତ୍ରୀଙ୍କ ମନରୁ ଭୟ ଦୂର ହୋଇନଥିଲା । ଗତ କିଛି ମାସ ବିତିବା ପରେ ଛାତ୍ରଛାତ୍ରୀ ସ୍କୁଲ ଯାଇ ପାଠ ପଢିଥିଲେ ଆଉ ଆଜି ବାହାନଗା ସ୍କୁଲରେ ମାଟ୍ରିକ୍ ପରୀକ୍ଷା ଦେଉଛନ୍ତି ଛାତ୍ରଛାତ୍ରୀ ।