କନକ ବ୍ୟୁରୋ: ଚଳିତ ବର୍ଷର ମାଟ୍ରିକ ପରୀକ୍ଷାରେ ୩ଟି ସ୍କୁଲରେ ଫଳ ଶୂନ ହୋଇଛି । ରେଜଲ୍ଟ ଘୋଷଣା ସମୟରେ ଗଣଶିକ୍ଷା ମନ୍ତ୍ରୀ ଏନେଇ ସୂଚନା ଦେଇଛନ୍ତି । ତାଲିକାରେ ମାଲକାନଗିରି ୨ଟି, ଅନୁଗୁଳ ଗୋଟିଏ ସ୍କୁଲରହିଛି । ୮୯୨୫ ହାଇସ୍କୁଲର ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ ଯେଉଁଥିରୁ ଏହି ୩ ସ୍କୁଲରେ ଫଳ ଶୂନ ହୋଇଛି । ଅନୁଗୁଳର ପ୍ରୋଜେକ୍ଟ ବାଳିକା ଉଚ୍ଚ ବିଦ୍ୟାଳୟ, ରେଙ୍ଗାଲି ଡ୍ୟାମ ସାଇଡ ଯେଉଁଠାରେ ମାତ୍ର ୨ ଜଣ ଛାତ୍ରୀ ପରୀକ୍ଷା ଦେଇଥିଲେ ସେମାନେ ଫେଲ ହୋଇଛନ୍ତି । ମାଲକାନଗିରିର ସରକାରୀ ୟୁଜି ହାଇସ୍କୁଲ ବୁରୁଡି, ସରକାରୀ ୟୁଜି ହାଇସ୍କୁଲ କୋଟପାଲି ଜଣେ ଲେଖାଏଁ ପିଲା ପରୀକ୍ଷା ଦେଇଥିଲେ ସେମାନେ ଫେଲ ହୋଇଛନ୍ତି ।
ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ କଟକ ବୋର୍ଡ ଅଫିସ ପରିସରରେ ଅପରାହ୍ଣରେ ମାଟ୍ରିକ ଫଳ ପ୍ରକାଶ କରିଥିଲେ । ଚଳିତ ବର୍ଷ ପରୀକ୍ଷାରେ ୫ ଲକ୍ଷ ୧୭ ହଜାର ୮୪୭ ଛାତ୍ରଛାତ୍ରୀ ପାସ କରିଛନ୍ତି । ପାସ ହାର ୯୦. ୫୫ ପ୍ରତିଶତ ଥିବା ବେଳେ ଫେଲ ହୋଇଛନ୍ତି ୮ ହଜାର ୬୯୯ ଛାତ୍ରଛାତ୍ରୀ । ଏ୧ ଗ୍ରେଡରେ ୮୧୧୯ ଛାତ୍ରଛାତ୍ରୀ , ଏ୨ ଗ୍ରେଡରେ ୫୪ ହଜାର ୮୮୯, ବି୧ ଗ୍ରେଡରେ ୧ ଲକ୍ଷ ୨୦ ହଜାର ୩୧୨, ବି୨ ଗ୍ରେଡରେ ୧ ଲକ୍ଷ ୪୨ ହଜାର ୫୯୯ ଛାତ୍ରଛାତ୍ରୀ ପାସ କରିଛନ୍ତି ।