ବଦଳିଲା ମାଟ୍ରିକ ପରୀକ୍ଷା ଢାଞ୍ଚା। ବର୍ଷ ଶେଷରେ ହେବ ଗୋଟିଏ ପରୀକ୍ଷା

206

କନକ ବ୍ୟୁରୋ: ପୁଣି ପୁରୁଣା ପଦ୍ଧତିକୁ ଫେରିଛି ମାଟ୍ରିକ ପରୀକ୍ଷା । ହଟିଛି ସମେଟିଭ ପରୀକ୍ଷା । ପରୀକ୍ଷାର୍ଥୀ ଏଥର ପୂର୍ବଭଳି ଥରେ ପରୀକ୍ଷା ଦେବେ । କୋଭିଡ ମହାମାରୀ ସମୟରେ ମାଟ୍ରିକ ପରୀକ୍ଷାରେ ପରିବର୍ତନ ହୋଇଥିଲା । ପରୀକ୍ଷାର୍ଥୀଙ୍କୁ ବର୍ଷକରେ ଦୁଇଥର ପରୀକ୍ଷା ଦେବାକୁ ପଡୁଥିଲା । ଏବେ ନିଷ୍ପତ୍ତି ଅନୁସାରେ

-ପରୀକ୍ଷାର୍ଥୀ ଏଣିକି ଗୋଟିଏ ବୋର୍ଡ ପରୀକ୍ଷା ଦେବେ
-ପୂର୍ବରୁ ହେଉଥିବା ଦୁଇଟି ସମେଟିଭ ପରୀକ୍ଷା ଆଉ ରହିବ ନାହିଁ
-ଦଶମରେ କେବଳ ବାର୍ଷିକ ପରୀକ୍ଷା ହେବ
-କେବଳ ଗୋଟିଏ ପରୀକ୍ଷା ଦେବେ ପରୀକ୍ଷାର୍ଥୀ
-ପୁରୁଣା ପଦ୍ଧତିରେ ହେବ ପରୀକ୍ଷା
-କିନ୍ତୁ ଇଣ୍ଟରନାଲ ଆସେସମେଂଟ ଓ ଅର୍ଦ୍ଧ-ବାର୍ଷିକ ପରୀକ୍ଷା ରହିବ
-ପ୍ରଶ୍ନପତ୍ର ଢାଞ୍ଚା ବି ବଦଳିବ
-୬୦୦ ମାର୍କର ପରୀକ୍ଷା ଦେବେ ପରୀକ୍ଷାର୍ଥୀ

ମାଟ୍ରିକ ବାର୍ଷିକ ପରୀକ୍ଷା ପାଇଁ ବୋର୍ଡ ପ୍ରଶ୍ନପତ୍ର ଯୋଗାଇବ । ବୋର୍ଡ ପ୍ରଶ୍ନପତ୍ର ଡିିଇଓଙ୍କ ପାଖକୁ ଯିବ । ଆଉ ସେଠାରୁ ସ୍କୁଲକୁ ପ୍ରଶ୍ନପତ୍ର ଯିବ । ତେବେ ସପ୍ଲିମେଂଟାରୀ ପରୀକ୍ଷା ପୂର୍ବଭଳି ରହିବ । ମେ ୨୬ରୁ ୧ ଜୁନ ଯାଏଁ ଫର୍ମଫିଲପ ହୋଇପାରିବ । ଜୁଲାଇ ୩ରୁ ଜୁଲାଇ ୮ ଯାଏଁ ସପ୍ଲିମେଂଟାରୀ ପରୀକ୍ଷା ହେବ ।

ତେବେ କୋଭିଡ ପରେ ପୁଣି ପରୀକ୍ଷା ଢାଂଚାରେ ପରବର୍ତନ ହୋଇଥିବାରୁ ଏହାକୁ ନେଇ ବିତର୍କ ଆରମ୍ଭ ହୋଇଛି । କରୋନା ଯୋଗୁଁ ଦୁଇବର୍ଷ ହେଲା ଦୁଇଟି ପର୍ଯ୍ୟାୟରେ ପରୀକ୍ଷା ପରିଚାଳିତ ହେଉଥିଲା । ୨୦୨୦ରେ ବିନା ପରୀକ୍ଷାରେ ମାଟ୍ରିକ ପରୀକ୍ଷାର୍ଥୀ ପାସ ହୋଇଥିଲେ । ୨୦୨୧ ଓ ୨୦୨୨ ଶିକ୍ଷାବର୍ଷରେ ବୋର୍ଡ କର୍ତ୍ତୃପକ୍ଷ ଦଶମ ଶ୍ରେଣୀର ପାଠ୍ୟକ୍ରମ ହ୍ରାସ କରିବା ସହ ପରୀକ୍ଷା ବ୍ୟବସ୍ଥା ଓ ମୂଲ୍ୟାୟନ ପଦ୍ଧତିରେ ଅନେକ ପରିର୍ତ୍ତନ କରିଥିଲେ । ତେବେ ବୋର୍ଡର ଏହି ନିଷ୍ପତିକୁ ବିରୋଧ କରିଛନ୍ତି ଶିକ୍ଷାବିତ୍ ।

ପୂର୍ବରୁ ପିଲାଙ୍କ ଅଭ୍ୟାସ ପାଇଁ ଯେଭଳି ଷାଣ୍ମସିକ ପରୀକ୍ଷା ହେଉଥିଲା ତାହା ହେବ । ଇଂଟରନାଲ ଆସେସମେଂଟ ୪ଟି କ୍ୱାର୍ଟରରେ ହେବ । ନବମ ଶ୍ରେଣୀ ପାଇଁ ବାର୍ଷିକ ପରୀକ୍ଷାରେ ବୋର୍ଡ ପ୍ରଶ୍ନପତ୍ର ଯୋଗାଇଦେବ ।