କନକ ବ୍ୟୁରୋ: ଜୁଲାଇରେ ହେବ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା । ଜୁଲାଇ ୩ରୁ ୮ ଯାଏଁ ପରୀକ୍ଷା ଆୟୋଜନ କରାଯିବ । ମେ ୨୬ରୁ ଜୁନ ୧ ଯାଏଁ ସପ୍ଲିମେଣ୍ଟାରୀ ଫର୍ମ ଫିଲଅପ କରିପାରିବେ ଛାତ୍ରଛାତ୍ରୀ । ଏନେଇ ବୋର୍ଡ ସଭାପତି ସୂଚନା ଦେଇଛନ୍ତି । ଦଶମ ବୋର୍ଡ ପରୀକ୍ଷା ଢାଞ୍ଚା ବଦଳିଥିଲେ ମଧ୍ୟ ସପ୍ଲିମେଣ୍ଟାରୀ ପରୀକ୍ଷା ହେବ ।
ମାଟ୍ରିକ ପରୀକ୍ଷା ଢାଞ୍ଚା ପରିବର୍ତ୍ତନ ନେଇ ଆଜି ସୂଚନା ଦେଇଛନ୍ତି ବୋର୍ଡ ସଭାପତି । ପୂର୍ବପରି ବର୍ଷ ଶେଷରେ ଗୋଟିଏ ବୋର୍ଡ ପରୀକ୍ଷା ହେବ । ପୂର୍ବରୁ ହେଉଥିବା ୨ଟି ସମ୍ମେଟିଭ ପରୀକ୍ଷା ହେବ ନାହିଁ । ଏଣିକି କେବଳ ଦଶମ ବୋର୍ଡ ପରୀକ୍ଷା ହେବ । ପିଲାଙ୍କ ଅଭ୍ୟାସ ପାଇଁ ହେବ ଷାଣ୍ମାସିକ ପରୀକ୍ଷା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/05/40-5.jpg)