ସେପ୍ଟେମ୍ବର ୧୪ରୁ ହାଇସ୍କୁଲ ସାର୍ଟିଫିକେଟ୍ ଓ ଓପଲ ସ୍କୁଲ ସାର୍ଟିଫିକେଟ ସପ୍ଲିମେଂଟାରୀ ପରୀକ୍ଷା ଆରମ୍ଭ । ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଂଜନ ଦାଶଙ୍କ ସୂଚନା । ୧୫୩ଟି କେନ୍ଦ୍ରରେ ହେବ ସପ୍ଲିମେଂଟାରୀ ପରୀକ୍ଷା

417

କନକ ବ୍ୟୁରୋ: ସେପ୍ଟେମ୍ବର ୧୪ ତାରିଖରୁ ଆରମ୍ଭ ହେବ ହାଇସ୍କୁଲ ସାର୍ଟିଫିକେଟ ଏବଂ ଓପନ ସ୍କୁଲ ସାର୍ଟିଫିକେଟ ସପ୍ଲିମେଂଟାରୀ ପରିକ୍ଷା । ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୀମର ରଂଜନ ଦାସ । ଚଳିତ ବର୍ଷ ହାଇସ୍କୁଲ ସାର୍ଟିଫିକେଟ ପାଇଁ ୨୨ ହଜାର ୬୪୯ ପରୀକ୍ଷାର୍ଥୀ ୧୫୩ଟି ପରୀକ୍ଷା କେନ୍ଦ୍ରରେ ସପ୍ଲିମେଂଟାରୀ ପରୀକ୍ଷା ଦେବେ ।

ସେହିପରି ୧୨ ହଜାର ୯୩୯ ପରୀକ୍ଷାର୍ଥୀ ଓପନ ସ୍କୁଲ ସାର୍ଟିଫିକେଟ ପାଇଁ ୮୮ଟି ପରୀକ୍ଷା କେନ୍ଦ୍ରର ବ୍ୟବସ୍ଥା କରାଯାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି । ଏହି ପରୀକ୍ଷା ସେପ୍ଟେମ୍ବର ୧୪ ତାରିଖରୁ ଆରମ୍ଭ ହୋଇ ୨୪ ତାରିଖ ଯାଏଁ ଚାଲିବ । କୋଭିଡ-୧୯ ଗାଇଡଲାଇନ ସଂପୂର୍ଣ୍ଣ ଭାବେ ପାଳନ କରିବା ପାଇଁ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପରୀକ୍ଷା କେନ୍ଦ୍ରକୁ ବିଶୋଧନ କରାଯିବା ସହ ପରୀକ୍ଷାର ସୁପରିଚାଳନା ପାଇଁ ପରୀକ୍ଷୀ କେନ୍ଦ୍ରରେ ସୁରକ୍ଷାକର୍ମୀ ନିୟୋଜିତ ହେବେ ବୋଲି ମନ୍ତ୍ରୀ ସମୀର ଦାଶ କହିଛନ୍ତି ।