କନକ ବ୍ୟୁରୋ: କରୋନା କାଳରେ ମାଟ୍ରିକ ପରୀକ୍ଷାର୍ଥୀଙ୍କ ଚାପ କମାଇବାକୁ ବଡ଼ ଯୋଜନା କରିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ପ୍ରଥମ ଥର ପାଇଁ ରାଜ୍ୟର ସରକାରୀ ଅନୁଦାନ ପ୍ରାପ୍ତ ଓ ବେସରକାରୀ ସ୍କୁଲର ପିଲାମାନଙ୍କୁ ମାଗଣାରେ ଯୋଗାଇ ଦିଆଯିବ ପରୀକ୍ଷା ଦର୍ପଣ । ଦଶମ ଶ୍ରେଣୀ ପିଲାମାନଙ୍କର ଶିକ୍ଷାକୁ ସହଜ ଓ ବୋଧଗମ୍ୟ କରିବା ପାଇଁ ବିଭାଗ ପକ୍ଷରୁ ପ୍ରସ୍ତୁତ ହୋଇଛି ୭୦୦ ପୃଷ୍ଠା ସମ୍ବଳିତ ଏହି ପରୀକ୍ଷା ଦର୍ପଣ ପୁସ୍ତିକା ।
କୋଭିଡ ମହାମାରୀ ଯୋଗୁ ରାଜ୍ୟରେ ସ୍କୁଲ ଗୁଡିକ ମାର୍ଚ୍ଚ ୧୭ ତାରିଖରୁ ବନ୍ଦ ରହିଛି । ଶିକ୍ଷାଦାନକୁ ଅବ୍ୟାହତ ରଖିବା ପାଇଁ ଅନଲାଇନ କ୍ଲାସ ଚାଲିଛି । ପିଲାମାନଙ୍କ ଚାପ କମ କରିବାକୁ ୩୦ ପ୍ରତିଶତ ସିଲାବସକୁ କମାଇ ଦିଆଯାଇଛି । ଏବେ ସ୍କୁଲ ଖୋଲିବା ପରେ ଶହେ ଦିନର ଶିକ୍ଷା ଦାନ ପାଇଁ ବ୍ୟବସ୍ଥା କରାଯାଇଛି । ଏହାର ଭିତରେ ମାଟ୍ରିକ ପରୀକ୍ଷା ଦେବାକୁ ଥିବା ୬ ଲକ୍ଷ ୨୦ ହଜାର ୫୦୮ ଛାତ୍ରଛାତ୍ରୀଙ୍କ ପାଇଁ ଏହି ପରୀକ୍ଷା ଦର୍ପଣ ପୁସ୍ତିକା ଯୋଗାଇଦେବାକୁ ସରକାର ଯୋଜନା କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/01/30-15.jpg)