କନକ ବ୍ୟୁରୋ : ଆସନ୍ତାକାଲି ପ୍ରକାଶ ପାଇବ ଚଳିତ ବର୍ଷର ମାଟ୍ରିକ ରେଜଲ୍ଟ । ଦିନ ସାଢେ ୧୧ଟାରେ ବୋର୍ଡର ୱେବସାଇଟ ଓ ଏସଏମଏସ ମାଧ୍ୟମରେ ଛାତ୍ରଛାତ୍ରୀ ସେମାନଙ୍କ ରେଜଲ୍ଟ ଦେଖିପାରିବେ । ଚଳିତ ବର୍ଷ ରାଜ୍ୟରେ ପ୍ରାୟ ୫ ଲକ୍ଷ ୬୦ ହଜାର ପରୀକ୍ଷାର୍ଥୀ ୨୮ ଶହ ୮୮ କେନ୍ଦ୍ରରେ ପରୀକ୍ଷା ଦେଇଥିଲେ । ୬୦ଟି କେନ୍ଦ୍ରରେ ମୂଲ୍ୟାୟନ ହୋଇଥିଲା । ଫେବୁଆରୀ ୧୯ରୁ ମାର୍ଚ୍ଚ ୨ ଯାଏଁ ମାଟ୍ରିକ ପରୀକ୍ଷା ହୋଇଥିଲା । ମାର୍ଚ୍ଚ ୧୯ ତାରିଖରେ ମାଟ୍ରିକ ଖାତାଦେଖା ଆରମ୍ଭ ହୋଇଥିଲା ।

Advertisment

କିନ୍ତୁ କରୋନା ମହାମାରୀ ଯୋଗୁ ଗୋଟିଏ ଦିନ ପରେ ଖାତାଦେଖା ସ୍ଥଗିତ ରଖାଯାଇଥିଲା । ଏହା ପରେ ମେ ୨୬ରୁ ମାଟ୍ରିକ ମୂଲ୍ୟାୟନ ଆରମ୍ଭ ହୋଇଥିଲା । ସେହିପରି ଅଗଷ୍ଟ ତୃତୀୟ ସପ୍ତାହ ସୁଦ୍ଧା ବାଣିଜ୍ୟ ଓ ବିଜ୍ଞାନ ଓ ଶେଷ ସପ୍ତାହରେ ଯୁକ୍ତ ଦୁଇ ପରୀକ୍ଷା ଫଳ ବାହାରିବ ବୋଲି କହିଛନ୍ତି ମନ୍ତ୍ରୀ ।