ଏପ୍ରିଲ ୨୭ରେ ବାହାରିବ ମାଟ୍ରିକ ରିଜଲ୍ଟ

49

ଏପ୍ରିଲ ୨୭ ତାରିଖରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ । ସକାଳ ୯ଟାରେ ପରୀକ୍ଷାଫଳ ପ୍ରକାଶ କରିବେ ଗଣଶିକ୍ଷାମନ୍ତ୍ରୀ । ମାଧମିକ ଶିକ୍ଷାପରିଷଦ ପକ୍ଷରୁ ଏହି ସୂଚନା ଦିଆଯାଇଛି । ସେହିପରି ସକାଳ ୧୦ଟାରେ ଦୁଇଟି ୱେବସାଇଟ ଜରିଆରେ ପରୀକ୍ଷା ଫଳ ମିଳିବ । ଏହି ୱେବସାଇଟ୍ ଗୁଡିକ ହେଉଛି, ଡବ୍ଲୁ.ଡବ୍ଲୁ.ଡବ୍ଲୁ ଡଟ୍ ବିଏସ୍ଇଓଡିଶା ଡଟ୍ ଇନ୍ ଏବଂ ଡବ୍ଲୁ.ଡବ୍ଲୁ.ଡବ୍ଲୁ ଡଟ୍ ଇଣ୍ଡିଆ ରିଜଲଟ୍ ଡଟ୍ କମ, ମୋବାଇଲରେ ଏସ୍ଏମଏସ୍ କରି ମଧ୍ୟ ପରୀକ୍ଷା ଫଳ ଜାଣିପାରିବେ ଛାତ୍ରଛାତ୍ରୀ । ମେ ୨ରୁ ୧୧ ଯାଏଁ ଅନଲାଇନ୍ ରିଚେକିଂ କରିହବ । ଚଳିତବର୍ଷ ମୋଟ ୬ ଲକ୍ଷ ୧ ହଜାର ୩୪୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି ।