କନକ ବ୍ୟୁରୋ: ପ୍ରଥମ ଥର ପାଇଁ ପୂର୍ବପରୀକ୍ଷା ଆଧାରରେ ମାଟ୍ରିକ ଛାତ୍ରଛାତ୍ରୀଙ୍କ ମୂଲ୍ୟାୟନ ଚାଲିଛି । ନବମ ଶ୍ରେଣୀର ଷାଣ୍ମାସିକ ଓ ବାର୍ଷିକ ପରୀକ୍ଷାରେ ସବୁଠାରୁ ଭଲ ନମ୍ବର ରଖିଥିବା ବିଷୟ ଏବଂ ଦଶମ ଶ୍ରେଣୀର ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ଅଭ୍ୟାସ ପରୀକ୍ଷାର ସର୍ବଶ୍ରେଷ୍ଠ ନମ୍ବରକୁ ବିଚାରକୁ ନିଆଯାଇ ମୂଲ୍ୟାୟନ ଚାଲିଛି ।
କରୋନାର ତୃତୀୟ ଲହରକୁ ନେଇ ଆଶଙ୍କା ଭିତରେ ସ୍କୁଲ କେବେ ଖୋଲିବ ସେ ନେଇ ଅନିଶ୍ଚିତତା ଲାଗିରହିଛି । ତେଣୁ ୟୁ-ଟ୍ୟୁବ ମାଧ୍ୟମରେ ନବମ ଓ ଦଶମ ଶ୍ରେଣୀର ପାଠପଢା ପାଇଁ ବ୍ୟବସ୍ଥା କରାଯାଇଛି । ପ୍ରତି କ୍ଲାସ ୩୦ ମିନିଟର ହେବ ଏବଂ ସପ୍ତାହକୁ ୨୦ଟି ପିରିୟଡ ପାଠପଢା ହେବ ।
ୟୁ-ଟ୍ୟୁବ ମାଧ୍ୟମରେ ପାଠପଢା ପାଇଁ ଜିଲ୍ଲା ଶିକ୍ଷାଧିକାରୀମାନେ ଆନୁଷଙ୍ଗିକ ବ୍ୟବସ୍ଥା କରିବେ । ସେପଟେ ଯୁକ୍ତ ଦୁଇ ମୂଲ୍ୟାୟନ କମିଟି ରିପୋର୍ଟ ଆସିବା ପରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ମୂଲ୍ୟାୟନ ସମ୍ପର୍କରେ ନିଷ୍ପତି ନିଆଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/02/matric-exam-.jpg)