ଶେଷ ହେଲା ଖାତା ଦେଖା ! ମେ ୧୫ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ରେଜଲ୍ଟ ।

59

କନକ ବ୍ୟୁରୋ : ଆସନ୍ତା ମେ ୧୫ ତାରିଖ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ରେଜଲ୍ଟ । ବର୍ତମାନ ଖାତା ମୂଲ୍ୟାୟନ ପ୍ରକ୍ରିୟା ଶେଷ ହୋଇଛି ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆ ଯାଇଛି । ଏହା ସହ ସମସ୍ତ ପ୍ରକ୍ରିୟା ତ୍ରୁଟିଶୂନ୍ୟ ହୋଇଥିବା ବୋର୍ଡ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଫେବୁଆରୀ ୨୩ ତାରିଖରୁ ପରୀକ୍ଷା ଆରମ୍ଭ ହୋଇଥିଲା ଏବଂ ମାର୍ଚ୍ଚ ୮ ତାରିଖରେ ଶେଷ ହୋଇଥିଲା । ପରେ ମାର୍ଚ୍ଚ ୨୦ ତାରିଖରୁ ପରୀକ୍ଷା ଖାତାର ମୂଲ୍ୟାୟନ ଆରମ୍ଭ ହୋଇଥିଲା । ଏନେଇ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଅନ୍ୟପଟେ ମିଳିତ ମଞ୍ଚର ଆନ୍ଦୋଳନ ଯୋଗୁଁ ଖାତା ଦେଖାରେ ବିଭ୍ରାଟ ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଥିଲା । ଚଳିତବର୍ଷ ୬ ଲକ୍ଷ ୮ ହଜାର ୩୧ ଜଣ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଛନ୍ତି ।