ସ୍କୁଲ ଗୁଡିକୁ ନବମ ଶ୍ରେଣୀ ଓ ପ୍ରି-ବୋର୍ଡ ପରୀକ୍ଷାର ମାର୍କ ମାଗିଲା ବୋର୍ଡ । ଏସବୁ ପରୀକ୍ଷାର ଫଳ ଆଧାରରେ ବାହାରି ପାରେ ମାଟ୍ରିକ୍ ରେଜଲ୍ଟ 

424

କନକ ବ୍ୟୁରୋ: କେମିତି ଦିଆଯିବ ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ମାର୍କ । ପରୀକ୍ଷା ବାତିଲ ହେବାର ତେର ଦିନ ପରେ ପରୀକ୍ଷାର୍ଥୀଙ୍କ ଦଶମ ଏବଂ ନବମର ପରୀକ୍ଷା ଫଳ ଦାଖଲ କରିବାକୁ ସ୍କୁଲକୁ ବୋର୍ଡର ନିର୍ଦ୍ଦେଶ । ସିବିଏସଇ ଦଶମ ବୋର୍ଡ ନିୟମାବଳୀ ପ୍ରକାଶ କରିବା ପରେ ତତ୍ପରତା ଦେଖାଇଛି ମାଧ୍ୟମିକ ଶିକ୍ଷା ପରିଷଦ ।

ମାଟ୍ରିକ ପରୀକ୍ଷାର୍ଥୀଙ୍କ  ଅଭ୍ୟାସ ପରୀକ୍ଷା ଓ ନବମ ଶ୍ରେଣୀର ସାନ୍ମସିକ ଓ ବାର୍ଷିକ ପରୀକ୍ଷାର ନମ୍ବର ଦାଖଲ କରିବାକୁ ସ୍କୁଲଗୁଡିକୁ ବୋର୍ଡର ନିର୍ଦେଶ । ଜିଲ୍ଲା ଶିକ୍ଷା ଅଧିକାରୀ ବା ବୋର୍ଡ ଦ୍ୱାରା ଚି଼ହ୍ନଟ ମେଣ୍ଟର ସ୍କୁଲରେ ଏହାକୁ ଦାଖଲ କରିବେ ସ୍କୁଲ କର୍ତ୍ତୃପକ୍ଷ । ପୂର୍ବରୁ ଦଶମ ଶ୍ରେଣୀରେ ଶହେ ଦିନିଆ ପାଠ୍ୟକ୍ରମରେ ଚାରୋଟି ଅଭ୍ୟାସ ମୂଳକ ପରୀକ୍ଷା କରାଯାଇଥିଲା ଯାହାର ସମୁଦାୟ ମାର୍କ ଚାଳିଶ ଏବଂ ଅନ୍ୟ ତିନୋଟି ପରୀକ୍ଷାର ଅଶି ଲେଖାଏଁ ନମ୍ବର ରହିଥିଲା । ଏହାସହ ଏହି ଛାତ୍ରଛାତ୍ରୀଙ୍କ ନବମ ଶ୍ରେଣୀ ସମୟରେ  ସାଣମାସିକ ଏବଂ ବାର୍ଷିକ ପରୀକ୍ଷାର ବିଷୟ ଭିତିକ ନମ୍ବର ସହ ସମୁଦାୟ ନମ୍ବର ଦାଖଲ କରିବାକୁ ନିର୍ଦେଶ ଦିଆଯାଇଛି । କିନ୍ତୁ ନମ୍ବରଗୁଡିକୁ ଦାଖଲ କରିବାକୁ କମ ସମୟସୀମାକୁ ବିରୋଧ କରିଛି ଓଷ୍ଟା ।

କିଭଳି ସାଢେ ଛ ଲକ୍ଷ ଛାତ୍ରଛାତ୍ରୀଙ୍କୁ ଦିଆଯିବ ମାର୍କ ?  ଯେଉଁମାନେ ପରୀକ୍ଷା ଦେଇନାହାନ୍ତି ସେମାନଙ୍କ କଣ ହେବ? ବୋର୍ଡ ଆଗରେ ଏହି ଚ୍ୟାଲେଞ୍ଜ ଥିବାବେଳେ ଏହାର କିଛି ସମାଧାନର ସୂତ୍ର ମଧ୍ୟ ରହିଛି । ଯାହାକୁ ମାଧ୍ୟମିକ ପରିଷଦ ପ୍ରୟୋଗ କରିପାରେ…

-ଚାରୋଟି ଅଭ୍ୟାସମୂଳକ ପରୀକ୍ଷାରୁ ହାରାହାରି ମାର୍କ ନିଆଯାଇ ଫଳ ପ୍ରକାଶ କରାଯାଇପାରେ 

-ପରୀକ୍ଷାର୍ଥୀଙ୍କ ନବମ ଶ୍ରେଣୀ ପରୀକ୍ଷା ଏବଂ ଦଶମ ଅଭ୍ୟାସ ପରୀକ୍ଷାର ନମ୍ବର ମିଶାଇ ହାରାହାରି ଫଳ ପ୍ରକାଶ କରାଯାଇପାରେ

-ଦଶମର ଚାରୋଟି ଅଭ୍ୟାସ ପରୀକ୍ଷା ମଧ୍ୟରୁ ସର୍ବୋଚ୍ଚ ନମ୍ବର ରଖିଥିବା ମାର୍କକୁ ମଧ୍ୟ ବିଚାରକୁ ନିଆଯାଇପାରେ

ଦୁଇଦିନ ତଳେ ସିବିଏସଇ ଦଶମ ବୋର୍ଡ ପରୀକ୍ଷା ନିୟମାବଳୀ ପ୍ରକାଶ ପାଇଛି । ଯେଉଁଥିରେ ଛାତ୍ରଛତ୍ରୀଙ୍କ ଇଣ୍ଟରନାଲ ଆସେସମେଣ୍ଟର ନମ୍ବରକୁ ଆଧାରକରି ନମ୍ବର ଦିଆଯିବ ବୋଲି ସ୍ପଷ୍ଟ କରିଛି । ଏହାକୁ ଆଠ ଜଣିଆ କମିଟି ମୂଲ୍ୟାୟନ କରିବେ ଯେଉଁଥିରେ ସ୍କୁଲ ପ୍ରିନ୍ସିପାଲ ଅଧ୍ୟକ୍ଷ, ପାଞ୍ଚଜଣ ସ୍କୁଲର ଶିକ୍ଷକ ଏବଂ ଆଉ ଦୁଇଜଣ ସଦସ୍ୟ ଅନ୍ୟ ସ୍କୁଲର ଶିକ୍ଷକ ରହିବେ ।