ଆସନ୍ତା ୨୬ରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ । ସକାଳ ସାଢେ ୧୦ଟାରେ ଘୋଷଣା ହେବ ଫଳ, ସାଢେ ୧୧ଟାରେ ୱେବ୍ ସାଇଟ୍ରେ ହେବ ଉପଲବ୍ଧ

Advertisment
ଆସନ୍ତା ୨୬ରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ । ସକାଳ ସାଢେ ୧୦ଟାରେ ଘୋଷଣା ହେବ ଫଳ, ସାଢେ ୧୧ଟାରେ ୱେବ୍ ସାଇଟ୍ରେ ହେବ ଉପଲବ୍ଧ

କନକ ବ୍ୟୁରୋ : ଆସନ୍ତା ରବିବାର ଦିନ ପ୍ରକାଶ ପାଇବ, ଚଳିତବର୍ଷର ମାଟ୍ରିକ୍ ରେଜଲ୍ଟ । ସକାଳ ସାଢ଼େ ୧୦ଟାରେ ଫଳାଫଳ ବାହାରିବ ଏବଂ ସାଢ଼େ ୧୧ଟାରେ ୱେବ୍ ସାଇଟରେ ରେଜଲ୍ଟ ଦେଖିହେବ । ଆପଣଙ୍କ ପରିବାର, ସମ୍ପର୍କୀୟ କିମ୍ବା ଚିହ୍ନା ପରିଚିତଙ୍କ ମଧ୍ୟରୁ ଯଦି କିଏ ମାଟ୍ରିକ୍ ପରୀକ୍ଷା ଦେଇଛନ୍ତି, କେମିତି ସହଜରେ ମାଟ୍ରିକ୍ ରେଜଲ୍ଟ ଦେଖି ପାରିବେ ନଜର ପକାନ୍ତୁ ।

ଆପଣ ଯଦି ୱେବସାଇଟରେ ରେଜଲ୍ଟ ଦେଖିବା ପାଇଁ ଚାହୁଁଛନ୍ତି ତେବେ ବୋର୍ଡର ଅଫିସିଆଲ୍ ୱେବସାଇଟକୁ ଯିବାକୁ ପଡ଼ିବ । www.bseodisha.ac.in ଟାଇପ୍ କରି ଅଫିସିଆଲ୍ ୱେବସାଇଟକୁ ଯାଇ ଛାତ୍ରଛାତ୍ରୀଙ୍କ ରୋଲ ନମ୍ବର ଦେବା ପରେ ଫଳାଫଳ ଦେଇପାରିବେ ।
ଯଦି ଆପଣଙ୍କର ଇଂଟରନେଟ୍ ସୁବିଧା ନାହିଁ ଏବଂ ଏସ୍ଏମ୍ଏସ୍ ଜରିଆରେ ଫଳାଫଳ ଜାଣିବାକୁ ଚାହୁଁଛନ୍ତି, ତେବେ ମୋବାଇଲରେ ଓଆର୍ OR10 ଲେଖିବା ପରେ ସ୍ପେସ୍ ଦେଇ ରୋଲ ନମ୍ବର ଲେଖି ୫୬୭୬୭୫୦ ନମ୍ବରକୁ ପଠାଇ ଫଳାଫଳ ଦେଖିପାରିବେ

ଏଥର ପ୍ରଥମ ଥର ପାଇଁ ଡିଜିଟାଲ୍ ସାର୍ଟିଫିକେଟ୍ ବ୍ୟବସ୍ଥା କରିଛନ୍ତି ବୋର୍ଡ କର୍ତୃପକ୍ଷ । ଅନଲାଇନ କିମ୍ବା ହ୍ୱାଟ୍ସଆପ୍ ଜରିଆରେ ଜଣେ ଡିଜିିଟାଲ୍ ସାର୍ଟିଫିକେଟ୍ ପାଇପାରିବେ । ଏଥିପାଇଁ  ମୋବାଇଲରୁ BSE/Hi ଲେଖି ୭୭୧୦୦୫୮୧୯୨ ରେ ହ୍ୱାଟ୍ସଆପ୍ କରିବେ । ଏହା ପରେ ଫୋନରେ ଆସୁଥିବା ନିର୍ଦ୍ଦେଶକୁ ଅନୁସରଣ କରିବେ ।

ତେବେ ଯଦି କୌଣସି ଛାତ୍ରଛାତ୍ରୀ ଚେକିଂ ପାଇଁ ଚାହୁଁଛନ୍ତି, ତେବେ ମେ’ ୨୯ରୁ ଜୁନ୍ ୧୨ ତାରିଖ ମଧ୍ୟରେ ଚେକିଂ ପାଇଁ ଆବେଦନ କରିପାରିବେ । ଚଳିତବର୍ଷ ମୋଟ୍ ୫ ଲକ୍ଷ ୫୧ ଜଣ ଛାତ୍ରଛାତ୍ରୀ ମାଟ୍ରିକ୍, ୭୮୩୧ ଜଣ ମୁକ୍ତ ବିଦ୍ୟାଳୟ ଏବଂ ୩୦୩୭ ଜଣ ମଧ୍ୟମା ପରୀକ୍ଷାର୍ଥୀ ଫର୍ମ ପୂରଣ କରିଥିଲେ । ସେପଟେ ୨୬ ତାରିଖରେ ଯୁକ୍ତ ଦୁଇର କଳା, ବାଣିଜ. ବିଜ୍ଞାନ ଫଳ ମଧ୍ୟ ପ୍ରକାଶ ପାଇବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe