କନକ ବ୍ୟୁରୋ : ଆଜି ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ । ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ୱାରା ପରିଚାଳିତ ଚଳିତବର୍ଷର ମାଟ୍ରିକ ପରୀକ୍ଷାଫଳ ଆଜି ସକାଳ ୯ଟାରେ ବୋର୍ଡ ମୁଖ୍ୟ କାର୍ୟ୍ୟାଳୟରେ ପ୍ରକାଶ ପାଇବ। ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର ପରୀକ୍ଷାଫଳ ସୂଚନା ପୁସ୍ତିକାକୁ ବୋର୍ଡ କାର୍ୟ୍ୟାଳୟରେ ଉନ୍ମୋଚନ କରିବାର କାର୍ୟ୍ୟକ୍ରମ ରହିଛି। ଚଳିତବର୍ଷ ବୋର୍ଡ ପକ୍ଷରୁ ଏକକାଳୀନ ମାଟ୍ରିକ, ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷାଫଳ ପ୍ରକାଶ କରାଯିବ।
ଏହି ପରୀକ୍ଷାଫଳ ମଧ୍ୟାହ୍ନ ୧୨ଟାରୁ ବୋର୍ଡର ୱେବସାଇଟ www.bseodisha.ac.in/, www.bseodisha.nic.in ରେ ଉପଲବ୍ଧ ହେବ। ଏହା ସହିତ ଛାତ୍ରଛାତ୍ରୀମାନେ ମୋବାଇଲରେ OR10
ଫଳପ୍ରକାଶ ପାଇବାର ୭ଦିନ ପର୍ୟ୍ୟନ୍ତ ବୋର୍ଡ ମୁଖ୍ୟ କାର୍ୟ୍ୟାଳୟରେ ପରୀକ୍ଷାର୍ଥୀ, ଅଭିଭାବକଙ୍କ ପାଇଁ କଣ୍ଟ୍ରୋଲରୁମ୍ ଖୋଲା ରହିବ। ବିଭିନ୍ନ ସମସ୍ୟା ନେଇ ପରୀକ୍ଷାର୍ଥୀମାନେ ୦୬୭୧-୨୪୧୨୦୬୦/୨୪୧୨୦୫୯ ନମ୍ବର ସହିତ ଯୋଗାଯୋଗ କରିପାରିବେ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/05/matric-exam-1.jpg)