ଦିନ ଗୋଟାଏରେ ବୋର୍ଡ ଅଫିସକୁ ଗଲା ମାଟ୍ରିକ ଫଳ ପୁସ୍ତିକା । ଅପରାହ୍ନ ୪ଟାରେ ପ୍ରକାଶ ପାଇବ ଫଳ, ସନ୍ଧ୍ୟା ୬ଟାରୁ ୱେବସାଇଟରେ ହେବ ଉପଲବ୍ଧ  

224

କନକ ବ୍ୟୁରୋ: ଆଜି ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ । ଅପରାହ୍ନ ୪ଟାରେ ମାଟ୍ରିକ ପରୀକ୍ଷା ଫଳ ସହ ଷ୍ଟେଟ ଓପନ ସ୍କୁଲ ଓ ମଧ୍ୟମା ପରୀକ୍ଷା ଫଳ ମଧ୍ୟ ପ୍ରକାଶ ପାଇବ । ସନ୍ଧ୍ୟା ୬ଟାରେ ଦୁଇଟି ୱେବସାଇଟରେ ଉପଲବ୍ଧ ହେବ ରେଜଲ୍ଟ । ଡବ୍ଲୁ ଡବ୍ଲୁ ଡବ୍ଲୁ ଡଟ୍ ବିଏସଇ ଓଡିଶା ଡଟ୍ ଏସି ଡଟ୍ ଇନ୍, ଡବ୍ଲୁ ଡବ୍ଲୁ ଡବ୍ଲୁ ଡଟ୍ ବିଏସଇ ଓଡିଶା ଡଟ୍ ଏନଆଇସି ଡଟ୍ ଇନରେ ପରୀକ୍ଷା ଫଳ ଉପଲବ୍ଧ ହେବ ।

ଇଂଟରନେଟ ସୁବିଧା ନଥିଲେ ମୋବାଇଲ ଏସଏମଏସରେ ମଧ୍ୟ ଛାତ୍ରଛାତ୍ରୀ ରେଜଲ୍ଟ ଦେଖିପାରିବେ । ନିଜ ରୋଲ ନମ୍ବର ସହ ୫୬୭୬୭୫୦ରେ ଏସଏମଏସ କରି ଛାତ୍ରଛାତ୍ରୀ ଜାଣି ପାରିବେ ମୂଲ୍ୟାୟନ । କୋଭିଡ କଟକଣା ପାଇଁ ଚଳିତ ବର୍ଷ ପରୀକ୍ଷା ହୋଇନାହିଁ । ପ୍ରଥମ ଥର ପାଇଁ ପୂର୍ବପରୀକ୍ଷା ଆଧାରରେ ମାଟ୍ରିକ ଛାତ୍ରଛାତ୍ରୀଙ୍କ ମୂଲ୍ୟାୟନ ହୋଇ ପରୀକ୍ଷା ଫଳ ପ୍ରକାଶିତ ହେବ ।

ନବମ ଶ୍ରେଣୀର ଷାଣ୍ମାସିକ ଓ ବାର୍ଷିକ ପରୀକ୍ଷାରେ ସବୁଠାରୁ ଭଲ ନମ୍ବର ରଖିଥିବା ବିଷୟ ଏବଂ ଦଶମ ଶ୍ରେଣୀର ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ଅଭ୍ୟାସ ପରୀକ୍ଷାର ସର୍ବଶ୍ରେଷ୍ଠ ନମ୍ବରକୁ ବିଚାରକୁ ନିଆଯାଇ ମୂଲ୍ୟାୟନ କରାଯାଇଛି । ଆଉ ସେହି ଆଧାରରେ ମୂଲ୍ୟାୟନ ପରେ ଦଶମ ଶ୍ରେଣୀ ପିଲାଙ୍କ ପରୀକ୍ଷା ଫଳ ପ୍ରକାଶିତ ହେବାକୁ ଯାଉଛି ।