କନକ ବ୍ୟୁରୋ: ଭାଇରାଲ ଗଣିତ ପ୍ରଶ୍ନପତ୍ର ଏବଂ ପରୀକ୍ଷାରେ ପଡିଥିବା ପ୍ରଶ୍ନ ସମାନ । କେନ୍ଦୁଝରରେ ଆଜି ଗଣିତ ପରୀକ୍ଷା ପୂର୍ବରୁ ଗଣିତ ପ୍ରଶ୍ନ ଭାଇରାଲ ହୋଇଥିଲା । ଯଦିଓ ବୋର୍ଡ କର୍ତ୍ତୃପକ୍ଷ ପ୍ରଶ୍ନପତ୍ର ଲିକକୁ ଖାରଜ କରୁଛନ୍ତି । କିନ୍ତୁ ଇଂରାଜୀ ଭଳି ଗଣିତ ପରୀକ୍ଷାର ପ୍ରଶ୍ନପତ୍ର ଯେତେବେଳେ ଆଗୁଆ ଭାଇରାଲ ହେଉଛି ତାହେଲେ ଏଥିପାଇଁ ଉତ୍ତରଦାୟୀ ରହିବ କିଏ ?

Advertisment

ଏଆଇ ବ୍ୟବହାର କରି ତ୍ରୁଟିଶୂନ୍ୟ ପରୀକ୍ଷା ପରିଚାଳନା କରାଯାଉଛି ବୋଲି ବୋର୍ଡ କହି ଆସୁଛି । କିନ୍ତୁ ଇଂରାଜୀ ଭଳି ଗଣିତ ପରୀକ୍ଷାରେ ଭାଇରାଲ ପ୍ରଶ୍ନପତ୍ର ଏବଂ ପିଲା ସାମ୍ନା କରିଥିବା ପ୍ରଶ୍ନପତ୍ର ସମାନ ହେବା ପରେ ପରୀକ୍ଷା ପରିଚାଳନାରେ ଯେ ସବୁକିଛି ଠିକଠାକ ଚାଲିିନି ଏକଥା କୁହାଯାଇପାରେ । କାରଣ ସମାନ କେନ୍ଦୁଝର ଜିଲ୍ଲାରୁ ହିଁ ଇଂରାଜୀ ପରୀକ୍ଷା ପ୍ରଶ୍ନପତ୍ର ଭାଇରାଲ ହୋଇଥିଲା । ଆଉ ସମାନ ସ୍ଥାନରୁ ଗଣିତ ପରୀକ୍ଷା ପ୍ରଶ୍ନ ଆଗୁଆ ପ୍ରଘଟ ହୋଇଛି । ଯଦି ବୋର୍ଡ ଏଠାରେ କୌଣସି ବିହିତ ପଦକ୍ଷେପ ନନେବ କିମ୍ବା ଦୋଷ ତ୍ରୁଟିକୁ ନସୁଧାରିବ ତାହେଲେ ସବୁକିଛି ବିଗିିଡିଯିବ । ପାଠ ପଢିନଥିବା ପିଲା ଅସାଧୁ ଉପାୟରେ ଭଲ ମାର୍କ ପାଇବେ ଆଉ ବର୍ଷଯାକ ପରିଶ୍ରମ କରିଥିବ ମେଧାବୀ ଛାତ୍ରଛାତ୍ରୀ ନିରୁତ୍ସାହିତ ହେବେ ।

ଜଳଜଳ ହୋଇ ଦେଖାଯାଉଥିବା ପ୍ରଶ୍ନପତ୍ର ଲିକକୁ ଅସ୍ୱୀକାର କରି ବୋର୍ଡ ଅନେକ ନିଜ ପଟଉ ଦୋଷ ଛଡାଇ ଦେଉଛି ସତ ହେଲେ ସ୍ୱଚ୍ଛ ପରୀକ୍ଷା ପରିଚାଳନାରେ ଯେ ବିଭ୍ରାଟ ହେଉଛି ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମନରେ ଉଠୁଥିବା ପ୍ରଶ୍ନକୁ କ’ଣ ଏଡାଇ ଦେଇପାରିବ ? ଏନେଇ ଉଠୁଛି ପ୍ରଶ୍ନବାଚୀ ।