ଶିକ୍ଷକଙ୍କ ଆନ୍ଦୋଳନ ପାଇଁ ସେପ୍ଟେମ୍ବର ୧୭ ବଦଳରେ ୨୪ରେ ଆରମ୍ଭ ହେବ ମ୍ୟାଟ୍ରିକ ପ୍ରି-ଟେଷ୍ଟ ପରୀକ୍ଷା

Advertisment
ଶିକ୍ଷକଙ୍କ ଆନ୍ଦୋଳନ ପାଇଁ ସେପ୍ଟେମ୍ବର ୧୭ ବଦଳରେ ୨୪ରେ ଆରମ୍ଭ ହେବ ମ୍ୟାଟ୍ରିକ ପ୍ରି-ଟେଷ୍ଟ ପରୀକ୍ଷା

କନକ ବ୍ୟୁରୋ : ଘୁଞ୍ଚିଲା ମାଟ୍ରିକ୍ ପ୍ରି-ଟେଷ୍ଟ ପରୀକ୍ଷା। ସମସ୍ତ ହାଇସ୍କୁଲରେ ସେପ୍ଟେମ୍ବର ୧୭ରୁ ପରୀକ୍ଷା ଆରମ୍ଭ ହେବାକୁ ଥିଲା। ଏବେ ତାହା ୨୪ ତାରିଖଠାରୁ ଆରମ୍ଭ ହେବ। ବିଶେଷସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ବ୍ଳକଗ୍ରାଣ୍ଟ ହାଇସ୍କୁଲ ଶିକ୍ଷକଙ୍କ ଆନ୍ଦୋଳନ ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି। ୪ ହଜାର ହାଇସ୍କୁଲର ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ କାର୍ଯ୍ୟବନ୍ଦ ଆନ୍ଦୋଳନ କରୁଥିବାରୁ ତାହାର ପ୍ରଭାବ ସିଧାସଳଖ ପରୀକ୍ଷା ଉପରେ ଉପରେ ପଡ଼ିଛି। ଶିକ୍ଷକ, ଶିକ୍ଷୟିତ୍ରୀ ହାଇସ୍କୁଲରେ ନ ରହିଲେ ପରୀକ୍ଷା ପରିଚାଳନା ପ୍ରଭାବିତ ହେବ। ତାହାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ହୋଇଛି।

publive-imageଅନ୍ୟପକ୍ଷରେ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚର ଆହ୍ଵାନରେ ଚାଲିଥିବା ଅହୋରାତ୍ର ଗଣଧାରଣା ୩୨ ଦିନ ଅତିକ୍ରମ କଲାଣି। ୪ ହଜାର ବିଦ୍ୟାଳୟ ଓ ଦେଢ଼ ହଜାର ମହାବିଦ୍ୟାଳୟର ଷାଠିଏ ହଜାର ଶିକ୍ଷକ, ଅଧ୍ୟାପକ ଓ ଶିକ୍ଷାକର୍ମଚାରୀ କାର୍ଯ୍ୟବନ୍ଦ ଆନ୍ଦୋଳନ କରୁଥିବାରୁ ସମସ୍ତ ସ୍କୁଲ ଓ କଲେଜରେ ପାଠପଢ଼ା ପ୍ରଭାବିତ ହୋଇଛି। ଛାତ୍ରଛାତ୍ରୀଙ୍କ ପ୍ରତି କେହି ବି ଗୁରୁତ୍ୱ ଦେଉନାହାନ୍ତି। ସରକାର ହାତ ଟେକିଦେଇଥିବା ବେଳେ ଶିକ୍ଷକ ଶିକ୍ଷୟିତ୍ରୀ ନଛୋଡ଼ ବନ୍ଧା। କୌଣସି ବି ପରିସ୍ଥିତିରେ ସ୍କୁଲକୁ ଫେରିବାକୁ ସେମାନେ ନାରାଜ। ଏହାରି ଭିତରେ ସୋମବାରଠାରୁ ପୁଣିଥରେ ବ୍ୟାପକ ଆନ୍ଦୋଳନ କରିବାକୁ ଡାକରା ଦେଇଛି ମିଳିତ ମଞ୍ଚ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe