ଖୁବଶୀଘ୍ର ହେବ ମାଟ୍ରିକ ଖାତାଦେଖା । ତାଲାବନ୍ଦ ସରିବାର ୭ ଦିନ ଭିତରେ ଖାତାଦେଖା ଆରମ୍ଭ ହେବ । ୪୫ ଦିନ ଭିତରେ ଫଳ ପ୍ରକାଶ ପାଇବା ନେଇ ମନ୍ତ୍ରୀ ସମୀର ଦାଶଙ୍କ ସୂଚନା

809

କନକ ବ୍ୟୁରୋ: ମାଟ୍ରିକ ଖାତା ମୁଲ୍ୟାୟନ ନେଇ ବର୍ତ୍ତମାନ ସମୟର ସବୁଠାରୁ ବଡ ଖବର । ଖୁବଶୀଘ୍ର ହେବ ମାଟ୍ରିକ ଖାତା ଦେଖା । ଲକଡାଉନ ସରିବା ପରେ ଖାତାଦେଖା ଆରମ୍ଭ ହେବ । ଲକଡାଉନ ଉଠିବାର ୭ ଦିନ ଭିତରେ ମାଟ୍ରିକ ପିଲାଙ୍କ ଖାତା ଦେଖା ହେବ । ଖାତା ଦେଖା ନେଇ ସରକାରଙ୍କ ପକ୍ଷରୁ ସବୁଜ ସଙ୍କେତ । ତାଲାବନ୍ଦ ସରିବା ପରେ ଖାତା ଦେଖା ଆରମ୍ଭ ହେବା ନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କ ସୂଚନା ।

ତାଲାବନ୍ଦ ସରିବାର ୭ ଦିନ ଭିତରେ ମାଟ୍ରିକ ଖାତାଦେଖା ଆରମ୍ଭ ହେବ

#ଖୁବଶୀଘ୍ର_ମାଟ୍ରିକ_ଖାତା_ଦେଖା ତାଲାବନ୍ଦ ସରିବାର ୭ ଦିନ ଭିତରେ ମାଟ୍ରିକ ଖାତାଦେଖା ଆରମ୍ଭ ହେବ । ୪୫ଦିନ ମଧ୍ୟରେ ଖାତା ଦେଖା ସରିବା ସହ ପ୍ରକାଶ ପାଇବ ଫଳ #CoronaVirus #COVID19 #Odisha #MatricExam #SamirRanjanDash

Posted by Kanak News on Saturday, April 25, 2020

ତେବେ ସବୁଠାରୁ ବଡ କଥା ହେଉଛି ୪୫ ଦିନ ଭିତରେ ଖାତା ଦେଖା ସରିବ ଆଉ ସଙ୍ଗେ ସଙ୍ଗେ ଫଳ ପ୍ରକାଶ ହେବ । ଖାତା ଦେଖିବା ପାଇଁ ଅଧିକ ଶିକ୍ଷକ ନିଯୁକ୍ତ ହେବେ । ଶୀଘ୍ର ଖାତା ଦେଖି କେମିତି ଶୀଘ୍ର ଫଳ ପ୍ରକାଶ ହେବ ସେଥିପ୍ରତି ବୋର୍ଡ ପ୍ରସ୍ତୁତ ଅଛି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସଂକ୍ରମଣ ରୋକିବାକୁ ଖାତାଦେଖା ସମୟରେ ବି ସାମାଜିକ ଦୂରତା ବଜାୟ ରହିବ ବୋଲି ମନ୍ତ୍ରୀ କହିଛନ୍ତି ।