କନକ ବ୍ୟୁରୋ: ମାଟ୍ରିକ ପରୀକ୍ଷା ନେଇ ବଡ ଖବର । ମେ ୩ ତାରିଖରେ ମାଟ୍ରିକ ପରୀକ୍ଷା । ଦଶମ ବୋର୍ଡ ପରୀକ୍ଷା ମେ ୩ରୁ ୧୫ ତାରିଖ ପର୍ଯ୍ୟନ୍ତ ହେବ । ଦଶମ ଶ୍ରେଣୀ ପ୍ରାକ୍ଟିକାଲ ପରୀକ୍ଷା ଏପ୍ରିଲ ୨୭ରୁ ମେ ୨ ତାରିଖ ଯାଏଁ ହେବ । ପରୀକ୍ଷା ନେଇ ମାର୍ଗଦର୍ଶିକା ଜାରି କଲେ ସରକାର ।
ତେବେ ଜାନୁଆରୀ ୮ରୁ ଖୋଲିବ ସ୍କୁଲ । ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁ ଖୋଲିବ ସ୍କୁଲ । ମୋଟ ୧୦୦ ଦିନ ପାଇଁ ହେବ ପାଠପଢା । ଶନି , ରବି ବି ପାଠପଢା ହେବ ।
ଦଶମ, ପ୍ଲସ ୨ ପିଲାଙ୍କ ପାଇଁ ଶନିବାର ଓ ରବିବାର ପାଠପଢା ହେବ । ଶନି, ରବିକୁ ମିଶାଇ ମୋଟ ୧୦୦ ଦିନ ପାଠପଢା ହେବ । ତେବେ ସ୍କୁଲ ଖୋଲିବା ନେଇ ବଡ ଘୋଷଣା କରିଛନ୍ତି ରାଜ୍ୟ ସରକାର । କରୋନା କଟକଣା ପାଇଁ ଗତ ମାର୍ଚ୍ଚ ମାସରୁ ବନ୍ଦ ରହିଥିଲା ସ୍କୁଲ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/01/Odisha-MAtric-Exam-2020-1.jpg)