ମାଟ୍ରିକ ପରୀକ୍ଷା ଟିପ୍ସ: ଇଂରାଜୀ ପରୀକ୍ଷାରେ କେମିତି ଭଲ କରିବେ ସେନେଇ ସରଳ ସୂତ୍ର କହିଲେ ଅଭିଜ୍ଞ ଶିକ୍ଷକ

279

କନକ ବ୍ୟୁରୋ: ଛାତ୍ରଛାତ୍ରୀଙ୍କ କ୍ୟାରିୟରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା ହେଉଛି ମାଟ୍ରିକ୍ ପରୀକ୍ଷା । ଫେବୃଆରୀ ୨୦ରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା । ପରୀକ୍ଷା ଦେବେ ୫ ଲକ୍ଷ ୫୧ ହଜାର ୬୧୧ ଛାତ୍ରଛାତ୍ରୀ । ମାର୍ଚ୍ଚ ୪ରେ ଶେଷ ହେବ ଏକ୍ସଜାମ । ମୋଟ ୨୯୯୧ ଟି ପରୀକ୍ଷା କେନ୍ଦ୍ରରେ ହେବ ପରୀକ୍ଷା । ପ୍ରଥମ ଦିନରେ ଓଡ଼ିଆ ପରୀକ୍ଷା ଥିବା ବେଳେ ଫେବୃଆରୀ ୨୩ ତାରିଖରେ ଇଂରାଜୀ ହେବ । ଓଡିଆ ସ୍କୁଲର ପିଲା ଇଂରାଜୀ ଭାଷାରେ ପରୀକ୍ଷା ଦେଉଥିବାରୁ ଏହାକୁ ଅତି ଗୁରୁତର ସହ ନେଇଥାନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ । ଇଂରାଜୀ ଗୁରୁତ୍ୱପୂର୍ଣ୍ଣ ବିଷୟ ହୋଇଥିବାରୁ କିପରି ପ୍ରସ୍ତୁତି କରିବେ, ସେଥିପାଇଁ ସମସ୍ତଙ୍କର ଚିନ୍ତା ରହିଥାଏ । ତେବେ କେମିତି ପରୀକ୍ଷାରେ ଭଲ କରିବେ, ସେ ନେଇ ସରଳ ସୂତ୍ର ବତାଇବେ ଅଭିଜ୍ଞ ଶିକ୍ଷକ । ।
ଅଧିକ ଆଲୋଚନା ପାଇଁ ..

କଟକ କଲେଜ ଛକ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଇଂରାଜୀ ଗୁରୁଜୀ ହରିଶ୍ଚନ୍ଦ୍ର ଦାଶ ଅଧିକାରୀ
କେନ୍ଦ୍ରାପଡ଼ା ପଟ୍ଟମୁଣ୍ଡାଇର ଏନଏମ ହାଇସ୍କୁଲର ଇଂରାଜୀ ଶିକ୍ଷକ ସରୋଜ କୁମାର ସ୍ୱାଇଁ
ମାଟ୍ରିକ୍ ପରୀକ୍ଷା
ଇଂରାଜୀ ଟିପ୍ସ
– ପାଠକୁ ଭଲ ଭାବେ ରିଭିଜନ୍ କରନ୍ତୁ
– ସିଲାବସ୍ ଅନୁଯାୟୀ ରିଭିଜନ କରନ୍ତୁ
– ବିନା ଚାପରେ ପରୀକ୍ଷା ହଲକୁ ଯାଆନ୍ତୁ
– ପ୍ରଶ୍ନପତ୍ର ପାଇବା ପରେ ପ୍ରଶ୍ନଗୁଡିକୁ ଭଲ ଭାବେ ପଢ଼ନ୍ତୁ
– ଅବ୍ଜେକ୍ଟିଭ୍ ବା ସଂକ୍ଷିପ୍ତ ପ୍ରଶ୍ନର ପ୍ରଥମେ ଉତ୍ତର ଲେଖନ୍ତୁ
– ପ୍ରଶ୍ନର କ୍ରମିକ ନମ୍ବର ନଦେଖି, ଯେଉଁ ପ୍ରଶ୍ନ ସହଜ, ତା’ର ଉତ୍ତର ଆଗ ଲେଖନ୍ତୁ
– ସବ୍ଜେକ୍ଟିଭ୍ ପ୍ରଶ୍ନର ଉତ୍ତର ମଧ୍ୟ ସେହି ଅନୁଯାୟୀ ଦିଅନ୍ତୁ
– ଉତର ଲେଖିବା ପରେ ପୁଣିଥରେ ତାକୁ ଭଲ ଭାବେ ପଢ଼ନ୍ତୁ
– ଭାଷା ପରୀକ୍ଷା ହୋଇଥିବାରୁ ବନାମ ନିର୍ଭୁଲ ଭାବେ ଲେଖନ୍ତୁ
– ଅକ୍ଷର ଉପରେ ମଧ୍ୟ ନଜର ଦିଅନ୍ତୁ