କନକ ବ୍ୟୁରୋ : ମାଟ୍ରିକ ଛାତ୍ରଛାତ୍ରୀଙ୍କ ପାଇଁ ଆସିଲା ବଡ ଖବର । ମାଟ୍ରିକ ପରୀକ୍ଷାର ସମୟସୀମା ଓ କେତେ ମାର୍କର ପରୀକ୍ଷା ହେବ ସେନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଆସି ସୂଚନା ଦିଆଯାଇଛି । ଆସନ୍ତା ଏପ୍ରିଲ ୨୯ରୁ ମେ ୭ ଯାଏଁ ପରୀକ୍ଷା ହେବ  । ସବମେଟିଭ ଆସେସମେଣ୍ଟ -୨ ପରୀକ୍ଷା ହେବ । ଆଉ ଏହି ସବମେଟିଭ ଆସେସମେଣ୍ଟ -୨ ପରୀକ୍ଷା  ସବୁ ଛାତ୍ରଛାତ୍ରୀଙ୍କ ପାଇଁ ବାଧ୍ୟତାମୂଳକ କରାଯାଇଛି ।

Advertisment

ଚଳିତଥର ଦୁଇଟି ସିଟିଂରେ ପରୀକ୍ଷା ହେବ । ତେବେ ମାଟ୍ରିକ ଛାତ୍ରଛାତ୍ରୀ କେବଳ ପ୍ରଥମ ସିଟିଂରେ ହିଁ ପରୀକ୍ଷା ଦେବେ । ସେହିଭଳି ମଧ୍ୟମା ଓ ଷ୍ଟେଟ ଓପନ ସ୍କୁଲ ଏକଜାମିନେସନ ସାର୍ଟିଫିକେଟ ପରୀକ୍ଷା ଦେଉଥିବା  ଛାତ୍ରଛାତ୍ରୀଙ୍କର କିଛି ପ୍ରାକ୍ଟିକାଲ ପରୀକ୍ଷା ଦ୍ୱିତୀୟ ସିଟିଂରେ ହେବ । ପ୍ରଥମ ସିଟିଂର ପରୀକ୍ଷା ସକାଳ ୮ଟାରୁ ଆରମ୍ଭ ହେବାକୁ ଥିବା ବେଳେ ଦ୍ୱିତୀୟ ସିଟିଂର ପରୀକ୍ଷା ସକାଳ ୧୧ଟାରେ ଆରମ୍ଭ ହେବ । ଭୋକେସନାଲ ଟ୍ରେଡସ ଓ ଟିଏଲଭିକୁ ଛାଡିଦେଲେ ଅନ୍ୟ ସବୁ ବିଷୟର ପରୀକ୍ଷା ୮୦ ମାର୍କର ହେବ । ସବୁ ବିଷୟର ପରୀକ୍ଷା ପାଇଁ ୨ ଘଣ୍ଟା ସମୟ ମିଳିବ । କିନ୍ତୁ ଗଣିତ ପାଇଁ ଅଧିକ ୧୫ ମିନିଟ୍ ମିଳିବ । ୪ଟି ସେଟର ପ୍ରଶ୍ନପତ୍ରରେ ହେବ ପରୀକ୍ଷା । ୮୦ ନମ୍ବରରୁ ୫୦ ନମ୍ବର ସଂକ୍ଷିପ୍ତ  ଓ ୩୦ ନମ୍ବର ଦୀର୍ଘ ଉତ୍ତରମୂଳକ ହେବ । ସଂକ୍ଷିପ୍ତ ପ୍ରଶ୍ନର ଉତ୍ତର ଓମଏଆର ସିଟରେ ଦେବେ ଛାତ୍ରଛାତ୍ରୀ । ସେହିଭଳି ଦୀର୍ଘ ଉତ୍ତରମୂଳକ ପ୍ରଶ୍ନର ଉତ୍ତର ପ୍ରଶ୍ନପତ୍ର ସହ ଥିବା ବୁକଲେଟରେ  ଦେବେ ଛାତ୍ରଛାତ୍ରୀ ।

ଭୋକେସନାଲ ଟ୍ରେଡର ଛାତ୍ରଛାତ୍ରୀ ମାନେ ୩୦ ନମ୍ବର ଦୀର୍ଘ ଉତ୍ତରମୂଳକ ପରୀକ୍ଷା ମିଳିଥିବା ବୁକଲେଟରେ ଦେବେ । ବାକି ୫୦ ନମ୍ବରର ପ୍ରାକ୍ଟିକାଲ ପରୀକ୍ଷା ଦେବେ ଭୋକେସନାଲ ଛାତ୍ରଛାତ୍ରୀ । ୨ ଏପ୍ରିଲରୁ ୧୩ ଏପ୍ରିଲ ମଧ୍ୟରେ ଏହି ପ୍ରାକ୍ଟିକାଲ ପରୀକ୍ଷା ହେବ । ରେଗୁଲାର ଓ ଏକ୍ସ ରେଗୁଲାର ଛାତ୍ରଛାତ୍ରୀଙ୍କ ପାଇଁ ୩ଟି ବିଷୟରେ ଭିନ୍ନ ଭିନ୍ନ ପ୍ରଶ୍ନପତ୍ର ହେବ । ପାଠ୍ୟକ୍ରମରେ ପରିବର୍ତ୍ତନ ହୋଇଥିବାରୁ ଭିନ୍ନ ପ୍ରଶ୍ନପତ୍ର ହେବ ।

ସେହିଭଳି ନବମ ଶ୍ରେଣୀର ସବମେଟିଭ-୨ ପରୀକ୍ଷା ୧୩ ଏପ୍ରିଲରୁ ଆରମ୍ଭ ହୋଇ ୨୧ ଏପ୍ରିଲ ପର୍ଯ୍ୟନ୍ତ ଜାରି ରହିବ । ପ୍ରଥମ ସିଟିଂ ୮ଟାରୁ ଆରମ୍ଭ ହେବ । ଦ୍ୱିତୀୟ ସିଟିଂ ୧୧ଟାରୁ ଆରମ୍ଭ ହେବ । ହାଇସ୍କୁଲ ପାଠ୍ୟକ୍ରମ ପାଇଁ ଦ୍ୱିତୀୟ ସିଟିଂରେ ପରୀକ୍ଷା ନାହିଁ କିନ୍ତୁ ମଧ୍ୟମା ପିଲାଙ୍କ ପାଇଁ ଦ୍ୱିତୀୟ ସିଟିଂରେ ପରୀକ୍ଷା ଅଛି । ପୂର୍ବ ପଦ୍ଧତି ଅନୁଯାୟୀ ପରୀକ୍ଷା ହେବ । ତେବେ ୧୮ ଏପ୍ରିଲରୁ ୨୬ ଏପ୍ରିଲ ପର୍ଯ୍ୟନ୍ତ ମୂଲ୍ୟାଙ୍କନ ଆରମ୍ଭ ହେବ । ୨୮ ତାରିଖ ପର୍ଯ୍ୟନ୍ତ ନିଜର ନମ୍ବରକୁ ନେଇ ରିଭ୍ୟୁ କରିପାରିବେ ଛାତ୍ରଛାତ୍ରୀ ।

ନଜର ପକାନ୍ତୁ କିପରି ହେବ ପରୀକ୍ଷା?
ନିଜ ସ୍କୁଲରେ ଦେବେ ମାଟ୍ରିକ ପରୀକ୍ଷା
ନିଜ ସ୍କୁଲରେ ସୁବିଧା ନଥିଲେ ପାଖ ସ୍କୁଲରେ ହେବ ପରୀକ୍ଷା
ଏପ୍ରିଲ ୨୯ରୁ ମେ’ ୬ ସମ୍ମେଟିଭ-୨ ପରୀକ୍ଷା
ସମ୍ମେଟିଭ୍-୨ ପରୀକ୍ଷା ହେବ ବାଧ୍ୟତାମୂଳକ
ଅଫଲାଇନରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ
ସକାଳ ୮ଟାରୁ ହେବ ପରୀକ୍ଷା
ଦିନକୁ ଗୋଟିଏ ବିଷୟରେ ପରୀକ୍ଷା ହେବ

ନଜର ପକାନ୍ତୁ କେମିତି ହେବ ମୂଲ୍ୟାଙ୍କନ?
ତିନିଟି ପଦ୍ଧତିରେ ହେବ ମୂଲ୍ୟାୟନ
ପ୍ରଥମ ପଦ୍ଧତି: ସମ୍ମେଟିଭ୍ ଆସେସମେଂଟ-୧ ଓ ଇଂଟରନାଲ ଆସେସମେଂଟର ‘ୱେଟେଜ୍’କୁ ୨ ଗୁଣ କରି ପରୀକ୍ଷା ଫଳ ନିର୍ଦ୍ଧାରଣ ହେବ
ଦ୍ୱିତୀୟ ପଦ୍ଧତି: ସମ୍ମେଟିଭ-୨ର ‘ୱେଟେଜ୍’କୁ ୨ ଗୁଣ କରି ହିସାବ କରାଯିବ
ତୃତୀୟ ପଦ୍ଧତି: ‘ଇଂଟରନାଲ ଆସେସମେଂଟ’ର ୨୦ ପ୍ରତିଶତ, ‘ସମ୍ମେଟିଭ-୧’କୁ ୩୦ ପ୍ରତିଶତ, ‘ସମ୍ମେଟିଭ-୨’ରୁ ୫୦ ପ୍ରତିଶତ ‘ୱେଟେଜ୍’ ଆଧାରରେ ମୂଲ୍ୟାୟନ କରାଯିବ