ଦଶମ ଛାତ୍ରଛାତ୍ରୀଙ୍କ ପାଇଁ ବଡ ଖବର । ଫେବ୍ରୁଆରୀ ୨୦ରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା, ଜାଣନ୍ତୁ କେଉଁ ତାରିଖରେ ଅଛି କେଉଁ ପରୀକ୍ଷା? 

550

କନକ ବ୍ୟୁରୋ : ଛାତ୍ରଛାତ୍ରୀଙ୍କ ପାଇଁ ବଡ ଖବର । ଫେବ୍ରୁଆରୀ ୨୦ରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା । ଏନେଇ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛି ମାଧ୍ୟମିକ ଶିକ୍ଷା ପରିଷଦ । ଫେବ୍ରୁଆରୀ ୨୦ରୁ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୪ ତାରିଖ ଯାଏଁ ଚାଲିବ । ୨୦ରେ ସାହିତ୍ୟ, ୨୩ରେ ଇଂରାଜୀ ପରୀକ୍ଷା ହେବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । ୨୬ରେ ଗଣିତ, ୨୮ରେ ସଂସ୍କୃତ/ହିନ୍ଦୀ, ମାର୍ଚ୍ଚ ୨ରେ ସାଧାରଣ ବିଜ୍ଞାନ, ମାର୍ଚ୍ଚ ୪ରେ ସାମାଜିକ ବିଜ୍ଞାନର ହେବ ପରୀକ୍ଷା ।

ଚଳିତବର୍ଷ ମୋଟ୍ ୫ ଲକ୍ଷ ୫୧ ହଜାର ୬୧୧ ଜଣ ପରିକ୍ଷାର୍ଥୀ ଦେବେ ପରୀକ୍ଷା । ମାଟ୍ରିକ ପରୀକ୍ଷା ପାଇଁ ମୋଟ ୨୯୯୧ଟି ପରୀକ୍ଷା କେନ୍ଦ୍ର ହୋଇଛି । ଗୋଟିଏ ସିଟିଂରେ ହେବ ସମସ୍ତ ପରୀକ୍ଷା । ଗଣିତ ପରୀକ୍ଷା ପାଇଁ ଅଧିକ ୧୫ ମିନିଟ୍ ଦିଆଯିବ । ପରୀକ୍ଷା ଶେଷ ହେବା ପରେ ମାର୍ଚ୍ଚ ୧୫ରୁ ଖାତା ଦେଖା ଆରମ୍ଭ ହେବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି ।