କନକ ବ୍ୟୁରୋ : ଛାତ୍ରଛାତ୍ରୀଙ୍କ ପାଇଁ ବଡ ଘୋଷଣା । ମହାମାରୀର ପ୍ରକୋପ କମିଥିବା ବେଳେ ଚଳିତବର୍ଷ ହେବ ମାଟ୍ରିକ ପରୀକ୍ଷା ।ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ।
- ଏପ୍ରିଲ ୨୯ରୁ ମେ’ ୬ ପର୍ଯ୍ୟନ୍ତ ହେବ ମାଟ୍ରିକ ପରୀକ୍ଷା
- ସମ୍ମେଟିଭ ଆସେସମେଣ୍ଟ ପରୀକ୍ଷା-୨ କରାଯିବ
- ସମ୍ମେଟିଭ ଆସେସମେଣ୍ଟ ପରୀକ୍ଷା-୨ ସବୁ ପିଲାଙ୍କ ପାଇଁ ବାଧ୍ୟତାମୂଳକ
- ଯଥାସମ୍ଭବ ପରୀକ୍ଷା ନିଜ ସ୍କୁଲରେ ହେବ
- ନିଜ ସ୍କୁଲରେ ନହେଲେ ପାଖ ସ୍କୁଲରେ ପରୀକ୍ଷା ହେବ
- ପରୀକ୍ଷା ପରିଚାଳନା ପାଇଁ ଅନ୍ୟ ସ୍କୁଲର ଶିକ୍ଷକ ନିୟୋଜିତ ହେବେ
ମାଟ୍ରିକ ପରୀକ୍ଷା : କେମିତି ହେବ ମୂଲ୍ୟାଙ୍କନ?
୩ଟି ପଦ୍ଧତିରେ ହେବ ମାଟ୍ରିକ ପରୀକ୍ଷା ମୂଲ୍ୟାଙ୍କନ
ଦୁଇଟି ବିକଳ୍ପ ଓ ଗୋଟିଏ ନୂତନ ମୂଲ୍ୟାୟନ ପଦ୍ଧତିରେ ହେବ ମୂଲ୍ୟାୟନ
୧ମ ପଦ୍ଧତି : ସମ୍ମେଟିଭ-୧ ଓ ଇଣ୍ଟରନାଲ ଆସେସମେଣ୍ଟର ମାର୍କର ୨ ଗୁଣ
୨ୟ ପଦ୍ଧତି : ସମ୍ମେଟିଭ-୨ର ନମ୍ବରର ୨ ଗୁଣ କରାଯିବ
୩ୟ ପଦ୍ଧତି : ଇଣ୍ଟରନାଲ ଆସେସମେଣ୍ଟରୁ ୨୦%, ସମ୍ମେଟିଭ-୧ରୁ ୩୦% ଓ ସମ୍ମେଟିଭ-୨ରୁ ୫୦% ନିଆଯାଇ ନମ୍ବର ହିସାବ କରାଯିବ
ଯେଉଁ ପଦ୍ଧତିରେ ଛାତ୍ରଛାତ୍ରୀଙ୍କୀ ସର୍ବାଧିକ ମାର୍କ ଥିବ, ତାହା ଚୂଡାନ୍ତ