କେମିତି ସଂସ୍କୃତରେ ରଖିବେ ଭଲ ମାର୍କ? ଟିପ୍ସ ଦେଲେ ଅଭିଜ୍ଞ ଶିକ୍ଷକ….

102

କନକ ବ୍ୟୁରୋ: ମାଟ୍ରିକ ପରୀକ୍ଷା ଛାତ୍ର ଜୀବନର ପ୍ରଥମ ସୋପାନ କହିଲେ ଅତ୍ୟୁକ୍ତି ହେବ ନାହିଁ । ଫେବୃଆରୀ ୨୦ରୁ ଆରମ୍ଭ ହେବାକୁ ଯାଉଛି ଛାତ୍ର ଜୀବନର ସବୁଠାରୁ ଗୁୁରୁତ୍ୱପୂର୍ଣ୍ଣ ମାଟ୍ରିକ ପରୀକ୍ଷା । ତୃତୀୟ ଭାଷା ଭାବେ ସଂସ୍କୃତ ଓ ହିନ୍ଦୀ ପରୀକ୍ଷା ଦେବେ ଦଶମ ଛାତ୍ରଛାତ୍ରୀ । ଯେହେତୁ ସଂସ୍କୃତ ଅପସନାଲ ସବଜେକ୍ଟ, ତେଣୁ ଛାତ୍ରଛାତ୍ରୀ ଅନ୍ୟ ବିଷୟ ଅପେକ୍ଷା ଏଥିରେ ଭଲ କରିଥାନ୍ତି । ତୃତୀୟ ଭାଷାରେ ପାସ କରିଯିବା ଯଦିଓ ସହଜ, କିନ୍ତୁ ଏଥିରେ ଅଧିକ ମାର୍କ ରଖିବା କଷ୍ଟକର । ସଂସ୍କୃତରେ ଭଲ କଲେ ଅଧିକ ମାର୍କ ସ୍କୋର କରିହେବ । କାରଣ ସଂସ୍କୃତ ବ୍ୟାକରଣ, ଭାଷା ଓ ଶବ୍ଦକୁ ଗୁରୁତ୍ୱ ଦିଆଯାଏ । ତେଣୁ ସଂସ୍କୃତ ପରୀକ୍ଷାରେ କ’ଣ ଲେଖିବେ ଏବଂ କେମିତି ଲେଖିବେ, ସେ ନେଇ ଶିକ୍ଷକମାନେ ଆମକୁ ଟିପ୍ସ ଦେବେ ।

ମାଟ୍ରିକ ପରୀକ୍ଷା -ସଂସ୍କୃତ ଟିପ୍ସ

  • ପାଠକୁ ଆଉ ଥରେ ଭଲ ଭାବେ ରିଭିଜନ କରିନିଅନ୍ତୁ
  • ପାଠ୍ୟକ୍ରମ ଅନୁସାରେ ରିଭିଜନ କରନ୍ତୁ
  • ବିନା ଚାପରେ ପରୀକ୍ଷା ହଲକୁ ଯାଆନ୍ତୁ
  • ପ୍ରଶ୍ନପତ୍ର ପାଇବା ପରେ ଭଲ ଭାବେ ପ୍ରଶ୍ନ ସବୁକୁ ପଢନ୍ତୁ
  • ପ୍ରଥମେ ସବଜେକ୍ଟିଭ ବା ସଂକ୍ଷିପ୍ତ ପ୍ରଶ୍ନର ଉତ୍ତର ଲେଖନ୍ତୁ
  • ପ୍ରଶ୍ନର କ୍ରମିକ ନମ୍ବର ନଦେଖି, ଯେଉଁ ପ୍ରଶ୍ନ ସହଜ, ସେହି ପ୍ରଶ୍ନର ଉତ୍ତର ପ୍ରଥମ ଲେଖନ୍ତୁ
  • ଉତ୍ତର ଲେଖିବା ପରେ ପୁଣି ଭଲ କରି ଥରେ ପଢିନିଅନ୍ତୁ